ରାଜଧାନୀରେ ଚୋରି

ଭୁବନେଶ୍ୱର: ଲକଡାଉନରେ ମାତିଛନ୍ତି ଲୁଟେରା । ସହିଦନଗର ବିଏମସି ମଲ ସାମନାରେ ଥିବା ଗ୍ରୋସରୀ ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ଆଣିଲେ ଦୋକାନୀ । ଶନିବାର ବିଳମ୍ବିତ ରାତିରେ ଦୋକାନରୁ ଲୁଟ୍ ହୋଇଛି । ଲୁଟେରାମାନେ ପ୍ରାୟ ୩ ଲକ୍ଷ ଟଙ୍କାର ସାମଦ୍ରୀ ଲୁଟି ନେଇଥିବା ସୂଚନା ମିଳିଛି । ଦୋକାନ ମାଲିକ ଜିତେନ୍ଦ୍ର ରାଉତ ଅଭିଯୋଗ କରିଛନ୍ତି ଯେ, ପଖାପକ୍ଷୀ ୩ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଜିନିଷ ଲୁଟେରାମାନେ ଲୁଟି ନେଇଛନ୍ତି ।ଦୋକାନୀଙ୍କ ଅଭିଯୋଗ ପରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଘଟଣା ସ୍ଥଳରୁ ଜଣେ ବ୍ୟକ୍ତି ଓଟୋ ରେ ଜିନିଷ ବୋହି ନେଉଥିବା ବେଳେ ପୋଲିସ ଅଟକ ରଖିଛି ।

Share

Leave a Reply

Your email address will not be published. Required fields are marked *

two × two =