ଅହୁରି କଡାକଡି ହେବ ଲକଡାଉନ କଟକଣା

ଭୁବନେଶ୍ବର () ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣରେ ନାହିଁ । ଦୈନିକ ୧୦ହଜାରରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଏଭଳିସ୍ଥିତିରେ ଆଗକୁ ଆସୁଛି ତୃତୀୟ ଲହର । ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ୭-ସୂତ୍ରୀ ମନ୍ତ୍ର ଅନୁଯାୟୀ କଟକଣାକୁ କଡାକଡି କରିବା ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ । 

ଲକଡାଉନ ସମୟରେ ସକାଳେ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣ ପାଇଁ ଦିଆଯାଇଥିବା ଏକ ଘଣ୍ଟା କୋହଳକୁ ମଧ୍ୟ ଉଠାଇଦିଆଯାଇଛି । ସେହିପରି ଦୁଇ ଚକିଆ ଯାନରେ ଆଉ ଦୁଇ ଜଣ ବସି ଯିବାର ଅନୁମତି ନାହିଁ । ସଂକ୍ରମଣର ଶିକୁଳି ଭାଙ୍ଗିବାକୁ ଏଭଳି କଟକଣା କରାଯାଇଛି । କିଛି ଅମାନିଆଙ୍କ ପାଇଁ ପୋଲିସ କଠୋର ହେବାକୁ ବାଧ୍ୟ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । କେବଳ ଅମାନିଆଙ୍କୁ ରୋକିବାକୁ ଆମେ କଠୋର ହୋଇଛୁ । ଲକଡାଉନ୍ ସମୟରେ ଲୋକଙ୍କ ସୁବିଧା ପାଇଁ ଅନେକ କୋହଳ ନୀତି ଆପଣାଯାଇଛି ।ସକାଳ ୬ରୁ ୧୨ଟା ଯାଏ କଟକଣା କୋହଳ ହୋଇଛି । ସବୁ ଜରୁରୀ କାମରେ ଲୋକଙ୍କ ସହାୟତା କରୁଛି ପୋଲିସ ।ଘରୁ ଯାଇ ଅଭିଯୋଗ ଗ୍ରହଣର ସୁବିଧା କରାଯାଇଛି ।ଏଥର ଲକଡାଉନରେ ଶିଳ୍ପ ଓ କର୍ପୋରେଟ୍ ହାଉସ ଖୋଲିଛି ।ଭୁବନେଶ୍ୱରବାସୀଙ୍କୁ ସହାୟତା ପାଇଁ ହ୍ୱାଟ୍ସଆପ ବ୍ୟବସ୍ଥା କରାଯାଇଛି । ବରିଷ୍ଠ ନାଗରିକଙ୍କ ସହାୟତା ପାଇଁ ହେଲ୍ପଲାଇନ ନମ୍ବର ରହିଛି । ହେଲେ ଗହଳି ପାଇଁ ସକାଳ, ସାନ୍ଧ୍ୟ ଭ୍ରମଣ ଓ ସାଇକ୍ଲିଂକୁ ନିଷିଦ୍ଧ କରାଯାଇଛି । 

ପୂରା ରାଜ୍ୟରେ ଓଡ଼ିଶା ପୋଲିସର 159 ପ୍ଲାଟୁନ ଫୋର୍ସ ମୂତୟନ ହୋଇଛନ୍ତି । ଗତ 15 ଦିନରେ ଏକ ଲକ୍ଷ କୋଭିଡ ଆଇନ ଉଲଂଘନକାରୀ ସାବାଡ ହୋଇଛନ୍ତି । 2 କୋଟି 80 ଲକ୍ଷ ଟଙ୍କାର ଫାଇନ ଆଦାୟ ହୋଇଛି । 71 ମାମଲା ରୁଜୁ ହୋଇଥିବା ବେଳେ 269ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଲେ ଆଇନ ଶୃଙ୍ଖଳା ଏଡିଜି ଯଶବନ୍ତ ଜେଠଓ୍ବା । ପ୍ରତିଟି ଜିଲ୍ଲାର ଏସପି, ଡିଆଇଜି, ଆଇଜିଙ୍କ ନେତୃତ୍ବରେ କୋଭିଡ ଏନଫୋର୍ସମେଣ୍ଟ ଜାରି ରହିଛି । ୮୩୦୦ରୁ ଅଧିକ ଗାଡ଼ି ଜବତ କରାଯାଇଛି । ଲକଡାଉନ ଓ ସଟଡାଉନ କଟକଣା ସମସ୍ତେ ପାଳନ କରନ୍ତୁ । ସମସ୍ତେ ନିୟମ ମାନିଲେ ପୋଲିସ କଠୋର ହେବନାହିଁ । କୋଭିଡ ସାମଗ୍ରୀ କଳାବଜାର ଉପରେ ପୋଲିସର ନଜର ରଖିଛି । ସରକାରୀ ଓ ଘରୋଇ ହସ୍ପିଟାଲ ଉପରେ ନଜର ରହିଛି । କଳାବଜାର ରୋକିବାକୁ ୨୨ଫ୍ଲାଇଙ୍ଗ୍ ସ୍କ୍ୱାଡ ଗଠନ କରାଯାଇଛି । କଳାବଜାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

Share

Leave a Reply

Your email address will not be published. Required fields are marked *

sixteen − six =