ସମାଜ ସଂସ୍କାରରେ ସାହିତ୍ୟ ଏକ ଶକ୍ତିଶାଳୀ ଅସ୍ତ୍ର

ଲୋକେ ବାଛିବେ ଉତ୍ତରାଧିକାରୀ : ନବୀନ

ଭୁବନେଶ୍ୱର () ସମାଜ ସଂସ୍କାର ଓ ରୂପାନ୍ତରଣରେ ସାହିତ୍ୟର ସବୁବେଳେ ଏକ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ମୋଟା ମୋଟି ଭାବେ ଆମ ସମାଜର ପରିବର୍ତ୍ତନ ଓ ମଙ୍ଗଳର ମୂଳ ସୂତ୍ର ହେଉଛି ସାହିତ୍ୟ । ସାରା ବିଶ୍ୱରେ ବୈପ୍ଳବିକ ଚିନ୍ତାଶୀଳ ବ୍ୟକ୍ତି ଓ ଲେଖକମାନେ ହିଁ ପରିବର୍ତ୍ତନର ସୂତ୍ରଧର ହୋଇଛନ୍ତି । ଆମେ ସମସ୍ତେ ଜାଣନ୍ତି କିଭଳି ଭୋଲଟେୟାର ଫ୍ରାନ୍ସ ବିପ୍ଳବକୁ ପ୍ରଭାବିତ କରିଥିଲେ । ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଛନ୍ତି ।

ଓଡ଼ିଆ ସାହିତ୍ୟରେ ସେହିଭଳି ସାରଳା ଦାସଙ୍କ ମହାଭାରତ ଅନନ୍ୟ । ସାରଳା ଦାସ ସାଧାରଣ ଲୋକଙ୍କ କଥିତ ଭାଷାର ବ୍ୟବହାର କରି ଏହାକୁ ସାହିତ୍ୟ ମୁଖ୍ୟ ସ୍ରୋତରେ ପରିବର୍ତ୍ତନ କରିଥିଲେ । ଏହା ଲୋକଙ୍କୁ ସାହିତ୍ୟ ଓ ସେ ଯୁଗର ସାମାଜିକ ପରମ୍ପରା ସହ ଯୋଡିଥିଲା । ସେହିଭଳି ସାମାଜିକ ଭେଦଭାବକୁ ଦୂର କରିବାରେ ଭୀମଭୋଇଙ୍କ ପ୍ରଚେଷ୍ଟା, ନାରୀ ଶିକ୍ଷା ପାଇଁ ସମାଜକୁ ସଚେତନ କରିବାରେ ଫକୀର ମୋହନଙ୍କ ଭୂମିକା ଓ ନାରୀ ସଶକ୍ତିକରଣରେ ପ୍ରତିଭା ରାୟଙ୍କ ଲେଖନୀ ସମାଜ ସଂସ୍କାରରେ ସାହିତ୍ୟର ଅବଦାନର କିଛି ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓଲାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାରରେ ମନକଥା କହିଲେ ମୁଖ୍ୟମନ୍ତ୍ରୀ । ନିଜ ସରକାରର ସଫଳତାର ମନ୍ତ୍ର କହିଲେ ମୁଖ୍ୟମନ୍ତ୍ରୀ । ଲୋକଙ୍କ ପାଇଁ କାମ କରୁଥିବାରୁ ଆଉ ଲୋକଙ୍କ ସହ ଜଡିତ ଥିବାରୁ ଆମେ ଲୋକଙ୍କ ଭରସା ଜିତି ସରକାର ଗଢୁଛୁ । ଏହା କୌଣସି ମ୍ୟାଜିକ ନୁହେଁ ବରଂ ଭଲ ଟିମ ୱାର୍କ ପାଇଁ ସମ୍ଭବ ହେଉଛି ବୋଲି ଉତ୍ତର ରଖିଥିଲେ ନବୀନ । ତାଙ୍କ ଉତ୍ତରାଧିକାରୀ କିଏ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ଲୋକେ ବାଛିବେ ।

ତେବେ ସବୁ କାର୍ଯ୍ୟରେ କେନ୍ଦ୍ର ସହ ଆମେ ସମନ୍ୱୟ ରଖିବାରେ ବିଶ୍ୱାସ କରୁ । ଏହା ସହ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କଲେ ନବୀନ । ନବୀନ ଓଡିଶାର ବିରାଟ କୋହଲି ? ଚାଓଲାଙ୍କ ପ୍ରଶ୍ନରେ ଉତ୍ତର ରଖି ନବୀନ କହିଲେ ମୁଁ ବିରାଟଙ୍କ ବଡ ଫ୍ୟାନ । ସେ ନିଜ ଫିଟନେସ ସମ୍ପର୍କରେ ମଧ୍ୟ କହିଛନ୍ତି । ସେ କମ ଖାଆନ୍ତି ଆଉ ଦିନକୁ ୨ ଥର ବ୍ୟାୟାମ କରନ୍ତି ବୋଲି କହିଛନ୍ତି । ସଚିବାଳୟକୁ କଣ ପାଇଁ ଲୋକସେବା ଭବନ ନାଁ କଲେ ତାର ଉତ୍ତର ରଖି ନବୀନ କହିଛନ୍ତି କି ଲୋକ କୈନ୍ଦ୍ରିକ ସରକାର ହୋଇଥିବାରୁ ଆମେ ଏହି ନାଁ ରଖିଲୁ ।

Share

Leave a Reply

Your email address will not be published. Required fields are marked *

13 + four =