ବ୍ରହ୍ମପୁରରେ ଉଦଘାଟିତ ହେଲା ଲିକ୍ୱିଡ୍ ଅକ୍ସିଜେନ୍ ଷ୍ଟୋରେଜ୍ ଭେସଲ ସିଷ୍ଟମ 

ବ୍ରହ୍ମପୁର: ବ୍ରହ୍ମପୁରରେ ଉଦଘାଟିତ ହୋଇଯାଇଛି ଲିକ୍ୱିଡ୍ ଅକ୍ସିଜେନ୍ ଷ୍ଟୋରେଜ୍ ଭେସଲ ସିଷ୍ଟମ  । ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମକେସିଜିରେ ପ୍ରତିଷ୍ଠା ହୋଇଥିବା ଏହି ସିଷ୍ଟମର ଉଦଘାଟନ କରିଛନ୍ତି ।ଏବେ ଅକ୍ସିଜେନ ସିଲିଣ୍ଡର ରୋଗୀଙ୍କ ନିକଟକୁ ନେବାକୁ ପଡିବ ନାହିଁ । ମେନି ଫ୍ଲେମ୍ ରୁମରୁ ରୋଗୀଙ୍କ ଶଯ୍ୟା ନିକଟରେ ହିଁ ସିଧା ସଳଖ ପହଂଚିବ ଅକ୍ସିଜେନ ।

ତେବେ ଖୁବ୍ କମ୍ ସମୟ ମଧ୍ୟରେ ଏହି ଅକ୍ସିଜେନ୍ ପ୍ଲାଂଟ୍ ପ୍ରତିଷ୍ଠା ହୋଇପାରିଛି । କିଛି ଦିନର ଟ୍ରାଏଲ୍ ରନ୍ ପରେ ମୁଖ୍ୟମନ୍ତ୍ରୀ ଆଜି ଏହାକୁ ଲୋକାର୍ପିତ କରିଛନ୍ତି ।ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଅକ୍ସିଜେନ ଆବଶ୍ୟକତା ଓ ପରିଚାଳନାକୁ ଦୃଷ୍ଟିରେ ରଖି ଏକ ଟାସ୍କଫୋର୍ସ ଗଠନ କରାଯାଇଛି । ପ୍ରତି ଘଣ୍ଟାକୁ ଥରେ ଅକ୍ସିଜେନ ସପ୍ଲାଏ ପରିଚାଳନାର ତଦାରଖ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen − 16 =