ବିଶ୍ୱ ରେକର୍ଡ କଲେ ଓଡିଆ ଝିଅ ଲିପିକା ସେଠ୍

ବିଶ୍ୱ ରେକର୍ଡ କଲେ ଓଡିଆ ଝିଅ ଲିପିକା ସେଠ୍ ।ା ଋଷିଆର ମାଉଣ୍ଟ ଏଲବ୍ରସ ଶୃଙ୍ଗକୁ ସଫଳତାର ସହ ଆରୋହଣ କରି ସେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହି ଶୃଙ୍ଗର ଉଚ୍ଚତା ପ୍ରାୟ ୫ ହଜାର ୬୪୨ ମିଟର ବା ୧୮ ହଜାର ୫୧୦ଫୁଟ । ଏହି ଗିରିଶୃଙ୍ଗ ଆରୋହଣରେ ଲିପିକା ହୋଇଛନ୍ତି ରାଜ୍ୟର ଅଷ୍ଟମ ତଥା ଦ୍ୱିତୀୟ ମହିଳା ପ୍ରତିଯୋଗୀ ।

ଲିପିକାଙ୍କ ଘର ବରଗଡ ଜିଲ୍ଲା ଡଲବା ଅଞ୍ଚଳରେ । ମାଉଣ୍ଟ ଏଲବ୍ରସ ହେଉଛି ୟୁରୋପ ମହାଦେଶର ସବୁଠାରୁ ଉଚ୍ଚତମ ଗିରି ଶୃଙ୍ଗ । ମାଉଁଟ ଏଲବ୍ରସ ବିଜୟୀ ହେବା ପରେ ଆସନ୍ତା ଡିସେମ୍ୱର ମାସରେ ଆମେରିକାର ସବୁଠାରୁ ଉଚ୍ଚତମ ଗିରିଶୃଙ୍ଗ ଆକାନକାଗୁଆ ଯାହାର ଉଚତା ୬ ହଜାର ୯୬୨ ମିଟର ,ତାକୁ ଆରୋହଣ କରିବା ଯୋଜନା ରଖିଛନ୍ତି । ପୂର୍ବରୁ ସେ ଆଫ୍ରିକା ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ କିଲମାଞ୍ଜାରୋକୁ ଆରୋହଣ କରିବାରେ ସଫଳତା ହାସଲ କରିଥିଲେ ।

Share

Leave a Reply

Your email address will not be published. Required fields are marked *

16 + twenty =