ଲିଙ୍ଗରାଜ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା

ଭୁବନେଶ୍ଵର() ପୁରୀ ଶ୍ରୀମନ୍ଦିର ଶୈଳୀରେ ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳକୁ ସୌନ୍ଦର୍ୟ୍ୟକରଣ କରାଯିବ। ଏହାକୁ ନେଇ ଉଚ୍ଛେଦ କାମ ମଧ୍ୟ ଜାରି ରହିଛି। ଏକାମ୍ର ଯୋଜନାର ବିସ୍ଥାପିତଙ୍କ ଥଇଥାନ ଓ ସହାୟତା ପ୍ୟାକେଜକୁ ମିଳିଛି ଅନୁମୋଦନ । ଏହି ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧୀଗୃହିତ ସମସ୍ତ ଜମି ଶ୍ରୀଲିଙ୍ଗରାଜଙ୍କ ନାମରେ ରେକର୍ଡ କରାଯିବ । ଜମି ଦାନ କରିଥିବା ସବୁ ବ୍ୟକ୍ତିଙ୍କ ନାମ ପ୍ରକଳ୍ପ ଅଞ୍ଚଳ ଫଳକରେ ରହିବ । ପ୍ରଭାବିତଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ । ବିସ୍ଥାପିତ ପରିବାରକୁ ପରିବହନ ପାଇଁ ୧ ଲକ୍ଷ ଟଙ୍କାର ସହାୟତା ଦିଆଯିବା ସହ ୧୨ ମାସ ଯାଏଁ ପ୍ରତି ପରିବାରକୁ ୧୫ ହଜାର ଟଙ୍କାର ଭଡାଘର ଦିଆଯିବ । ବାସଗୃହ ହରାଇଥିବା ଘର ମାଲିକଙ୍କୁ ଏକକାଳୀନ ୨୦ ଲକ୍ଷ ଟଙ୍କା ଦିଆଯିବ । ତେବେ ଥଇଥାନ ଭତ୍ତା ହିସାବରେ ଏହି ଟଙ୍କା ଦିଆଯିବ ବୋଲି ଜଣାପଡିଛି ।

ପ୍ରକଳ୍ପ ଅଞ୍ଚଳରେ ଥିବା ଉଠା ଦୋକାନୀଙ୍କୁ ୨ କିସ୍ତିରେ ୩୦ ହଜାର ଟଙ୍କା ମିଳିବ । ଭେଣ୍ଡିଂ ପ୍ଲାନ କରାଯାଇ ଉଠା ଦୋକାନୀଙ୍କୁ ଆବଶ୍ୟକୀୟ ସ୍ଥାନ ବଣ୍ଟନ କରାଯିବ । ସ୍ଥାନାନ୍ତର ହେବାକୁ ଥିବା ସରକାରୀ କାର୍ୟ୍ୟାଳୟ ପ୍ରତିଷ୍ଠାନ ପାଇଁ ସହାୟତ ମିଳିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ କମିସନ ସ୍ଥିର କରିବେ । ୩୦ ଦିନ ମଧ୍ୟରେ ଜମିଦାନ କଲେ ଅତିରିକ୍ତ ୧୦% ଅର୍ଥ ମିଳିବ । ସୁଲଭତା ଭିତ୍ତିରେ ୫୦% ମୁଲ୍ୟରେ ଦୋକାନ ଘର ମିଳିବ । ଦୋକାନ ଘର ଅବଶିଷ୍ଟ ୫୦% ମୂଲ୍ୟ ସରକାର ରିହାତି ଭାବେ ବହନ କରିବେ ।

Share

Leave a Reply

Your email address will not be published. Required fields are marked *

14 + 10 =