ବିନା ଭକ୍ତରେ ଅନୁଷ୍ଠିତ ହେବ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ପର୍ବ

ଭୁବନେଶ୍ୱର: କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ଶୀତଳ ଷଷ୍ଠୀ ପର୍ବ ପାଳନ କରିବା ଲାଗି ଅନୁମତି ଦେଇଛି ବିଏମସି । ଆସନ୍ତା ୧୫ ଓ ୧୬ରେ ଅନୁଷ୍ଠିତ ହେବାକୁଥିବା ଏହି ଉତ୍ସବ ଲାଗି ଆଜି ଅନୁମତି ପ୍ରଦାନ କରିଛି ବିଏମସି । ଏଥର ମହାଦେବ ଓ ପାର୍ବତୀଙ୍କ ବିବାହ ସମୟରେ କେବଳ ୭ ଜଣ ସେବାୟତ ସାମିଲ ରହି ବିଧିମୁତାବକ କାର୍ଯ୍ୟ ସମାପନ କରିବେ । ତେବେ ୭ ଜଣିଆ ସେବାୟତଙ୍କ ଉପସ୍ଥିତି ମଧ୍ୟ ମହାନଗର ନିଗମ ନିର୍ଦ୍ଧାରଣ କରିବ । ସୂଚନାଯୋଗ୍ୟ, ଆସନ୍ତା ୧୫ ତାରିଖ ଦିନ ଶିବ ବିବାହ ଅନୁଷ୍ଠିତ ହେବ।

ସାଧାରଣ ଶ୍ରଦ୍ଧାଳୁଙ୍କ ଦର୍ଶନ ଏବଂ ଅଂଶ ଗ୍ରହଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ବାଦ୍ୟ ଉପକରଣ ତା’ ସହ ଶୋଭାଯାତ୍ରା ହେବନି। ସମସ୍ତ ନୀତି ପାଳନ ବେଳେ ମାସ୍କ ଓ ସାମାଜିକ ଦୂରତା କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି।

Share

Leave a Reply

Your email address will not be published. Required fields are marked *

1 × 1 =