୪ରୁ କାର୍ଯ୍ୟରେ ଯୋଗ ଦେବେ ହାଇକୋର୍ଟ ଓକିଲ

କଟକ() ଦୀର୍ଘ ଦିନର ଆନେ୍ଦାଳନ ପରେ ହାଇକୋର୍ଟ ବାର ଆସୋସିଏସନର ଓକିଲ ମାନେ ଆନେ୍ଦାଳନରୁ ଓହରିଛନ୍ତି । ଭାରତୀୟ ବାର କାଉନସିଲ ର ଅନୁରୋଧ କ୍ରମେ ଆନେ୍ଦାଳନରୁ ଓହରିଯିବାକୁ ନିଷ୍ପତି କରିଛନ୍ତି । ହାଇକୋର୍ଟ ବାର ଆସୋସିଏସନର ସଭାପତି ଗୋପାଳ କୃଷ୍ନ ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆସନ୍ତ ୪ ତାରିଖ ଦିନ ଆଇନଜୀବି ମାନେ କାର୍ଯ୍ୟରେ ଯୋଗ ଦେବେ । ବାର କାଉନସିଲ ଅଫ ଇଣ୍ଡିଆର ଅନୁରୋଧ ଓ ସୁପି୍ରମକୋର୍ଟ ଅଭିମୁଖ୍ୟ ପରେ ସେମାନେ ଏହି ନିଷ୍ପତି ନେଇଥିଲେ ମଧ୍ୟ ଦାବି ପୁରଣ ପାଇଁ ଅନ୍ୟ ପନ୍ଥା ଅବଲମ୍ବନ କରିବେ । ତେବେ ଏ ସମ୍ପର୍କରେ ଅନ୍ୟ ହାଇକୋର୍ଟ ବାର ଆସୋସିଏସନ ସହିତ ଆଲୋଚନା କରାଯିବ ଏବଂ କଲେଜିଅମ ବ୍ୟବସ୍ଥାକୁ ବିରୋଧ କରି ହାଇାକୋର୍ଟ ବାରର ଆନେ୍ଦାଳନ ଓ ବିରୋଧ ଅବ୍ୟାହତ ରହିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty − 14 =