ରାଉଲକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ; ଇସ୍ପାତ ସହରରେ ୨୦୨୩ ବିଶ୍ବକପ

ଭୁବନେଶ୍ୱର () ରାଉରକେଲାରେ ନିର୍ମାଣ ହେବ ଭାରତର ସର୍ବବୃହତ୍ତ ହକି ଷ୍ଟାଡିୟମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି । ୨୦୨୩ ହକି ବିଶ୍ୱକପ୍ ରାଉରକେଲାରେ ବି ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତାରେ ନୂଆ ହକି ଷ୍ଟାଡିୟମ ନିର୍ମାଣ ସଂପର୍କରେ ଘୋଷଣା କରିଛନ୍ତି । 

ପ୍ରସ୍ତାବିତ ନୂଆ ହକି ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସିପାରିବେ । ଏହା ଏକ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ରାଉରକେଲା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ପରିସରରେ ୧୫ ଏକର ଜମିରେ ଏହି ଷ୍ଟାଡିୟମ ନିର୍ମାଣ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସୁନ୍ଦରଗଡ଼ ଜିଲ୍ଲା ହେଉଛି ହକି ପ୍ରତିଭାର ପାୱାର ହାଉସ୍‌ । ଏହି ଜିଲ୍ଲାରୁ ବହୁ ହକି ପ୍ରତିଭା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରିଛନ୍ତି । ରାଉରକେଲାରେ ଅନ୍ତର୍ଜାତୀୟ ସ୍ତରରେ ହକି ଷ୍ଟାଡିୟମ ନିର୍ମାଣ କରାଯିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁନ୍ଦରଗଡ ଜିଲ୍ଲା ଆମ ହକି ପ୍ରତିଭାର ପାୱାରହାଉସ୍ । ଦିଲ୍ଲୀପ ତିର୍କି ଓ ସୁନୀତା ଲାକ୍ରାଙ୍କ ଭଳି ଅନେକ ମହାନ ଖେଳାଳି ଏହି ଜିଲ୍ଲାରୁ ଜାତୀୟ ଦଳ ପାଇଁ ଖେଳିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଭାରତୀୟ ହକିକୁ ସୁନ୍ଦରଗଡର ଅବଦାନକୁ ମନେ ରଖି ରାଉରକେଲାରେ ଏକ ନୂଆ ଆନ୍ତର୍ଜାତିକ ହକି ଷ୍ଟାଡିୟମ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଏହି ଷ୍ଟାଡିୟମରେ ଆୟୋଜିତ ହେବ ହକି ବିଶ୍ୱକପ-୨୦୨୩ । ଏଥିରେ ୨୦ ହଜାର ଦର୍ଶକ ବସି ଖେଳ ଦେଖିପାରିବେ । ନିକଟରେ ଅନ୍ତର୍ଜାତୀୟ ହକି ଫେଡେରେସନ, ହକି ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଉରକେଲାରେ ହକି ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ । ସୁନ୍ଦରଗଡ଼ ଜିଲ୍ଲାର ସବୁ ବ୍ଲକ୍‌ରେ ସିନ୍ଥେଟିକଂ ଟର୍ଫ ବିଶିଷ୍ଟ ହକି ଷ୍ଟାଡିୟମ ନିର୍ମାଣ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty + 18 =