ବଡ ଚାଷୀ ଓ ଆୟକର ଦାତା ଚାଷୀ ପାଇବେନି କାଳିଆ ସୁଫଳ, ଜାଲିଆତି ଧରାପଡିଲେ ଫାଇନ

ଭୁବନେଶ୍ବର () କାଳିଆ ଯୋଜନା ଘୋଷଣା ପରେ ଏହାର ରୂପରେଖ କଣ ହେବ ତାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଥିଲା । ଏପରିକି ବିରୋଧୀ ଏହି ଯୋଜନାକୁ ଆଉ ଏକ ଧୁଆଁବାଣ ବୋଲି ସମାଲୋଚନା କରୁଥିଲେ । ହେଲେ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ କାର୍ଯ୍ୟକାରୀ ବୈଠକରେ ସରକାର ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସହୟତା ପ୍ରଦାନର ବିସ୍ତ୍ରୁତ ପ୍ରକ୍ରିୟା କରିଛନ୍ତି ।

ତଦନୁଯାୟୀ ଯେଉଁମାନେ ଏହି ଯୋଯନାରେ ସାମିଲ ହେବା ପାଇଁ ଚାହିବେ ସେମାନେ ସବୁଜ ରଙ୍ଗର ଫର୍ମରେ ଆବେଦନ କରିବେ । କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୁମିହୀନ ଚାଷୀ – ଯେଉଁମାନଙ୍କ ଜମିର ପରିମାଣ ଏକ ହେକ୍ଟର ବା ୨.୫ ଏକର କିମ୍ବା ତାଠାରୁ ଅଧିକ ଓ ଦୁଇ ହେକ୍ଟର ବା ୫ ଏକରରୁ କମ୍ ଥିବ ସେମାନେ ଏହି ଯୋଜନାରେ ପ୍ରତି ରବି ଓ ଖରିଫ ଋତୁରେ ବିହନ, ସାର ଓ କିଟନାଷକ ପାଇଁ ୫ଟି ଫସଲ ଋତୁ ପାଇଁ ୨୫ ହଜାର ପାଇପାରିବେ ।

ଯେଉଁ ଚାଷୀ ବା କୃଷି ଶ୍ରମୀକ ବାର୍ଦ୍ଧକ୍ୟ, ଅକ୍ଷଯତା କିମ୍ବା ରୋଗ ଦ୍ଵାରା ଆକ୍ରାନ୍ତ ହୋଇ ଚାଷ ପାଇଁ ଅସମର୍ଥ ସେମାନଙ୍କ ପାଇଁ ଏକ କାଳିନ ୧୦ହଜାର ଦିଆଯିବ । ଏଥିରେ ପ୍ରତିବର୍ଷ ୫ଲକ୍ଷ ପରିବାର ଉପକୃତ ହେବେ । ଜମା ଖାତାଧାରୀ ଚାଷୀଙ୍କ ପାଇଁ  ୨ଲକ୍ଷ ଟଙ୍କାର ଦୁର୍ଘଟଣା ଜନିତ ସହାୟତା ରାଷି ପ୍ରଦାନ କରାଯିବ । ଏଥିସହ ଆସନ୍ତା ୨୦୧୯ ଖରିଫ ଋତୁ ଠାରୁ ପ୍ରତ୍ୟେକ ଚାଷିଙ୍କୁ ବିନା ସୁଦ୍ଧ ରେ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ପ୍ରଦାନ କରାଯିବ ।

ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରତି ପଞ୍ଚାୟତ ଓ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ତିନୋଟି ପର୍ଯ୍ୟାୟରେ ପ୍ରକାଶିତ ହେବ । ଚଳିତ ମାସ ପ୍ରଥମ ସପ୍ତାହ ମଧ୍ୟରେ ଚିଠା ତାଲିକା ପ୍ରକାଶ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ହିତାଧିକାରୀ ନିଜ ନାମ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି କି ନାହିଁ ତାହା ନିଜେ ଦେଖି ପାରିବେ । ଆସନ୍ତା ପ୍ରେବୃଆରୀରେ ଦ୍ଵିତୀୟ ପର୍ଯ୍ୟାୟ ତାଲିକା ଓ ମାର୍ଚ୍ଚରେ ତୃତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବ ।

ହିତାଧିକାରୀ ଚିଠା ତାଲିକାରୁ ବାଦ ପଡିଥିଲେ ସେମାନେ ସଂପୃକ୍ତ କୃଷି ସମବାୟ ସମିତିରେ ଉପଲବ୍ଧ ଗ୍ରୀନ କାର୍ଡ ପୂରଣ କରି ନିଜକୁ ତାଲିକାଭୁକ୍ତ କରିବା ପାଇଁ ଆବେଦନ କରିପାରିବେ । ଏହି ଆବେଦନ ପ୍ରକ୍ରିୟାକୁ ସଚ୍ଛ କରିବାକୁ ପଞ୍ଚାୟତ କାର୍ଯ୍ୟାଳୟ ଓ ସମବାୟ ସମିତି କାର୍ଯ୍ୟାଳୟରେ ଡ୍ରଫ ବକ୍ସ ରଖାଯାଇଛି । ଏହାସହ ଏକ ହେଲ୍ପ ଲାଇନ ନମ୍ବର (୧୮୦୦୫୭୨୧୧୨୨ ) ମଧ୍ୟ ଜାରି ହୋଇଛି।

ତେବେ ଯେଉଁମାନେ ସରକାରୀ କର୍ମଚାରୀ କିମ୍ବା ବୃହତ୍ତ ଚାଷୀ ସେମାନେ ନିଜ ଆଡୁ ଏହି ତାଲିକାରୁ ନିଜର ନାମ ହଟେଇବା ପାଇଁ ରେଡ୍ କାର୍ଡ ଆବେଦନ କରିପାରିବେ । କାରଣ ସରକାରୀ କର୍ମଚାରୀ କିମ୍ବା ବୃହତ ଚାଷୀ ଯଦି ଏହିଯୋଜନାର ଲାଭ ପାଇ ପାରିବେ ନାହିଁ । ଭୁଲରେ ସେମାନଙ୍କ ନାମ ତାଲିକାଭୁକ୍ତ ହୋଇଥିଲେ ସେମାନେ ନାଲି ରଙ୍ଗର କାର୍ଡରେ ଆବେଦନ କରି ନିଜ ନାମ ହଟେଇବାକୁ ଆବେଦନ କରିବେ। ଯଦି ନାମ ନଉଠେଇ ଏହି ଯୋଯନାର ଲାଭ ନେବେ ତେବେ ସେମାନଙ୍କ ଠାରୁ କାଳିଆ  ଯୋଜନାର ସହୟତା ରାଶି ସହ ଫାଇନ ଆଦାୟ କରାଯିବ ।

Share

Leave a Reply

Your email address will not be published. Required fields are marked *

2 × four =