କୃଷି ଓଡ଼ିଶା ୨୦୨୧ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀରେ ଉଦଘାଟିତ ହେଲା କୃଷି ଓଡିଶା । ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଉଦଘାଟିତ ହୋଇଯାଇଛି ରାଜ୍ୟସ୍ତରୀୟ ୫ ଦିନିଆ କୃଷି ପ୍ରଦର୍ଶନୀ । ୧୫ ମାର୍ଚ୍ଚରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କୃଷି ମହାକୁମ୍ଭକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ପ୍ରଦର୍ଶନୀରେ ବିଭିନ୍ନ ଜିଲ୍ଲାରୁ ୫ ଶହ ଚାଷୀ ଯୋଗଦେଇଥିବା ବେଳେ ପ୍ରଦର୍ଶନୀରେ ୧୬୦ଟି କୃଷି ମଣ୍ଡପ ସ୍ଥାନ ପାଇଛି । ଚଳିତ ବର୍ଷର ଥିମ ରହିଛି ସମନ୍ୱିତ ଚାଷ: ଚାଷୀର ବିକାଶ ।

କୃଷି ଓ ଆନୁଷଙ୍ଗିକ କୃଷିର ଉନ୍ନତିକରଣ ପାଇଁ ଆବଶ୍ୟକ ଥିବା ବୈଷୟିକ ଜ୍ଞାନକୌଶଳ, କୃଷି ଯାନ୍ତ୍ରିକିକରଣ ସୂଚନା, ବଜାର ସୁଯୋଗ ସୃଷ୍ଟି ତଥା ଆବଶ୍ୟକ ଋଣର ସହଜ ଉପଲବ୍ଧତା ଆଦି ଉପରେ ଏହି ପ୍ରଦର୍ଶନୀରେ ଗୁରୁତ୍ୱ ଦିଆଯାଇଛି । ଏଥର କୃଷି ଓଡ଼ିଶାରେ ମୋଟ ୧୬୦ଟି ମଣ୍ଡପ ପ୍ରଦର୍ଶିତ ହେଉଛି । ସେ ଭିତରେ କୃଷି, ଉଦ୍ୟାନ କୃଷି, ମୂର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ଆଦି ସଂଖ୍ୟାଧିକ ବିଭାଗ ଭାଗ ନେବାକୁ ଯାଉଛନ୍ତି ।

ଏହି ଅବସରରେ ୩୦ ଜିଲ୍ଲାର ସଫଳ ଚାଷୀଙ୍କୁ ସମ୍ମାନିତ କରାଯିବା । ଏଥର ଏହି କୃଷି ପ୍ରଦର୍ଶନୀର ମାସ୍କଟ ଭାବେ ‘ଛତୁ’ କୁ ରଖାଯାଇଛି । ଛତୁର ଗୁଣାତ୍ମକ ମାନ, ସହଜ ଉପଲବ୍ଧତା, ଅଧିକ ଲାଭ, ଉନ୍ନତ ପୁଷ୍ଟିଯୁକ୍ତ ଖାଦ୍ୟ ପ୍ରାଣ ଥିବାରୁ ଏହାକୁ ୨୦୨୧ କୃଷି ପ୍ରଦର୍ଶନୀର ମାସ୍କଟ ଭାବେ ରଖାଯାଇଛି । ସମଗ୍ର ଦେଶରେ ଆମ ରାଜ୍ୟ ଓଡ଼ିଶା ପାଳ ଛତୁ ଉତ୍ପାଦନରେ ପ୍ରଥମ ହୋଇଥିବା ବେଳେ ମୋଟ୍‌ ଛତୁ ଉତ୍ପାଦନରେ ଦେଶରେ ଦ୍ଵିତୀୟ ସ୍ଥାନରେ ରହିଛି । ଆମ ରାଜ୍ୟରେ ବ୍ୟାପକ ଭାବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଯୁବବର୍ଗ ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଥିବା କୃଷି ମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

ten + fifteen =