ଗୁରୁବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେବେ କ୍ରିଷନ

ପୁରୀ (): ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଡ. କ୍ରିଷନ କୁମାର ଗୁରୁବାର ଦାୟିତ୍ୱ ଗ୍ରହଣ କରିବେ। ରାଜ୍ୟ ସରକାର ପ୍ରଦୀପ ମହାପାତ୍ରଙ୍କ ସ୍ଥାନରେ କ୍ରିଷନ କୁମାରଙ୍କୁ ଗତ ୧୫ତାରିଖରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଥିଲେ। ନିଯୁକ୍ତି ଦିନ ସନ୍ଧ୍ୟାରେ ସେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଫେରି ଯାଇଥିଲେ। ସେ ପୂର୍ତ୍ତ ବିଭାଗର ସଚିବ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟତ୍ୱ ତୁଲାଇବେ । ଶ୍ରୀମନ୍ଦିର ଚାରିପଟୁ ଜବରଦଖଲ ମୁକ୍ତ କରିବା ସହ ପୁରୀକୁ ବିଶ୍ୱ ସ୍ତରୀୟ ଐତିହ୍ୟ ସହରରେ ରୂପାନ୍ତରିତ କରିବାର ଗୁରୁ ଦାୟିତ୍ୱ ଡକ୍ଟର କୁମାରଙ୍କ ଉପରେ ରହିଛି । ଏଥିସହ ଅବଢ଼ା ଯୋଜନାରେ ମଞ୍ଜୁରୀ ପାଇଥିବା 265 କୋଟି ଟଙ୍କାର ବହୁମୁଖୀ କାର ପାର୍କିଂ ବ୍ୟବସ୍ଥା ଓ 1200ରୁ ଅଧିକ ନୂଆ ଦୋକାନ ଘର ନିର୍ମାଣ ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ରହିଛି ।

Share

Leave a Reply

Your email address will not be published. Required fields are marked *

five × 2 =