ବଡ଼ମ୍ବା ଗସ୍ତରେ ପୂର୍ତ୍ତ ବିଭାଗ ସଚିବ

କଟକ: ବଡମ୍ବା ବିଧାୟକ ଦେବୀ ମିଶ୍ର ଓ ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ ମହାନଦୀରେ ନିର୍ମାଣାଧୀନ ଗୋପୀନାଥପୁର – ବୈଦେଶ୍ୱର ସେତୁର ଚୂଡାନ୍ତ ରୂପରେଖ ସମ୍ପର୍କରେ ପୂର୍ତ୍ତ ବିଭାଗ ସଚିବ ଶ୍ରୀ କ୍ରିଷନ କୁମାର ଓ ଉଚ୍ଚ ସ୍ତରୀୟ ବୈଷୟିକ ଟିମ ସହ ପରିଦର୍ଶନ ଓ ଆଲୋଚନା ସମୀକ୍ଷା କରିଯାଇଛି । ଶ୍ରୀ କ୍ରିଷନ କୁମାରଙ୍କ ସହିତ ବିଭାଗର ଅତିରିକ୍ତ ସଚିବ ଇଂ ମନୋରଞ୍ଜନ ମିଶ୍ର, ମୁଖ୍ୟ ଯନ୍ତ୍ରୀ ଶ୍ରୀ ରାମକ୍ରିଷ୍ଣ ମହାରଣା, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀ ଧ୍ୟାନଚାନ୍ଦ ନାୟକ, ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଦୀପ ମହାନ୍ତି ପ୍ରମୁଖ ବ୍ରିଜର ଶେଷ ହେବାକୁ ଆବଶ୍ୟକ ସମୟସୀମା , ଆନୁସଙ୍ଗିକ କାର‌୍ୟ୍ୟକ୍ରମ ଯୋଜନା ସମ୍ପର୍କରେ ସମୀକ୍ଷାରେ ମତ ରଖିଥିଲେ । ଗୋପୀନାଥପୁର ପଟେ ବ୍ରିଜ କାମ ପ୍ରାୟ ସମ୍ପୂର୍ଣ୍ଣ ହୋଇଥିଲା ବେଳେ ବାଙ୍କୀ ପଟୁ ଏହା ଆହୁରି କିଛି ସମୟ ଲାଗିବ ବୋଲି ପ୍ରକାଶ ହୋଇଥିଲା ।ଗୋପୀନାଥପୁର ଠାରେ ବୟସ୍କ ବୟସ୍କା ଙ୍କ ପାଇଁ ଓ ପର‌୍ୟ୍ୟଟକଙ୍କ ପାଇଁ ଏକ ସୁବିଧା କେନ୍ଦ୍ର ପାଇଁ ରାଜସ୍ୱ ବିଭାଗ ତରଫରୁ ୨.୩ ଏକର ଜମି ଦିଆଯାଉଥିବା କୁହାଯାଇଥିଲା । ଏଥିପାଇଁ ମୁଁ ପୂର୍ବରୁ ସର୍ବୋଚ୍ଚ ଯନ୍ତ୍ରୀ ଓ ତାଙ୍କ ସଂଗେ ଆସିଥିବା ଟିମ ଓ କଟକ ଜିଲ୍ଲାପାଳ ଓ ତାଙ୍କ ସଂଗେ ଆସିଥିବା ଅଧିକାରୀ ଗଣଙ୍କୁ ସେତୁ ସ୍ଥଳ ବୁଲାଇଥିଲୁ ଓ ଏକ ସ୍ଥପତି ଅନୁଷ୍ଠାନ (ଇକ୍ସମଷସଗ୍ଧରମଷ) ଙ୍କୁ ସୁବିଧା କେନ୍ଦ୍ରର ରୂପରେଖ ପାଇଁ ଦାୟିତ୍ୱ ପୂର୍ତ୍ତ ବିଭାଗ ଦେଇଥିଲେ । ତାର ପ୍ରସ୍ତାବିତ ନକ୍ସା ଆଜି ସଚିବଙ୍କୁ ଅଧିକାରୀ ମାନେ ଦେଖାଇଥିଲେ । ଏହାକୁ ଶୀଘ୍ର ଜମି ମିଳିବା ପରେ ଆରମ୍ଭ କଲେ ଅନ୍ତତଃ ବସ ଗାଡ଼ି ରେ ଆସୁଥିବା ପର‌୍ୟ୍ୟଟକ ଏହାର ସୁବିଧା ନେଇପାରିବେ । ଏହାର କାର‌୍ୟ୍ୟକୁ ସ୍ୱୀକୃତି ଓ ଅର୍ଥ ମଞ୍ଜୁର ସହ ଟି- ସେତୁର ଶେଷ ପ୍ରାନ୍ତରେ ଦର୍ଶନାର୍ଥୀଙ୍କ ପାଇଁ ପାହାଚ ଓ ଆନୁସଙ୍ଗିକ ସୁବିଧା ପାଇଁ ମୁଁ ଅନୁରୋଧ କରିଥିଲି । ଏହାଛଡା ବର୍ତ୍ତମାନ ଥିବା ବଡ଼ମ୍ବା- ଗୋପୀନାଥପୁର ପୂର୍ତ୍ତ ରାସ୍ତାର ଉନ୍ନତି କରଣ ସହ ବିକଳ୍ପ ସିଧାସଳଖ ରାସ୍ତା ପାଇଁ ସର୍ଭେ କରିବାକୁ ବିଧାୟକ ଶ୍ରୀ ମିଶ୍ର ଅନୁରୋଧ କରିବାରେ ପୂର୍ତ୍ତ ସଚିବ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

twelve − one =