ସ୍ନାନଯାତ୍ରାର ସିଧାପ୍ରସାରଣ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଦାୟୀତ୍ୱ

ଭୁବନେଶ୍ୱର() ଆସନ୍ତା ୫ ତାରିଖରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରାର ଦୂରଦର୍ଶନରେ ସିଧା ପ୍ରସାରଣ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସମସ୍ତ ପ୍ରକାର ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବଙ୍କୁ ପତ୍ର ଲେଖିଛନ୍ତି ।

ମୁଖ୍ୟ ପ୍ରଶାସକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଏଥର କୋଭିଡ-୧୯ ମହାମାରୀ ପାଇଁ ମହାପ୍ରଭୁଙ୍କର ସ୍ନାନଯାତ୍ରାର ସମସ୍ତ ନୀତିକାନ୍ତି ଶ୍ରୀମନ୍ଦିର ପରିସରରେ ଥିବା ସ୍ନାନମଣ୍ଡପରେ ସମ୍ପନ୍ନ ହେବ । ଏହି ସ୍ନାନଯାତ୍ରାର ସିଧା ପ୍ରସାରଣ ବିଭିନ୍ନ ଟେଲିଭିଜନ ଚ୍ୟାନେଲ ଦ୍ୱାରା ହୋଇଆସୁଛି ଏବଂ ଏହା ଶ୍ରୀ ଜଗନ୍ନାଥ ପ୍ରେମୀ ଓ ଭକ୍ତ ମାନଙ୍କ ପାଇଁ ଏକ ଲୋକପି୍ରୟ କାର୍ଯ୍ୟକ୍ରମ । କିନ୍ତୁ କୋଭିଡ-୧୯ ମହାମାରୀ ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ଯୋଗୁଁ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ସର୍ବସାଧାରଣଙ୍କ ଉପରେ କଟକଣା ଲାଗୁ କରାଯାଇଛି ।

ଏହା ବ୍ୟତିତ ସାମାଜିକ ଦୂରତ୍ୱ ରକ୍ଷା ପ୍ରବୃତି ବହୁ କଟକଣା ରହିଥିବାରୁ ଏଥର ସୂଚନା ଓ ଲୋକ ସମ୍ପର୍କ ବିଭାଗ ସ୍ନାନଯାତ୍ରାର ସିଧା ପ୍ରସାରଣ କରିବା ଦିଗରେ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବେ ସୂଚନା ଓ ଲୋକସମ୍ପର୍କ ବିଭାଗ ସ୍ନାନଯାତ୍ରା ସିଧା ପ୍ରସାରଣର ବିବରଣୀ ଅନ୍ୟ ଚ୍ୟାନେଲ ଗୁଡିକୁ ସେୟାର କରିବେ । କିନ୍ତୁ ବ୍ୟକ୍ତିଗତ ଚ୍ୟାନେଲ ଗୁଡିକୁ ଏଥିପାଇଁ ଅନୁମତି ଦିଆଯିବ ନାହିଁ । ଏହି କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀ ସୁଭ୍ରାଂଶୁ ସେଖର ପାଢୀ ମୋବାଇଲ ନମ୍ବର ୭୦୦୮୮୧୦୧୯୮କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen + nineteen =