ରଥନିର୍ମାଣରେ ନିୟୋଜିତ ସମସ୍ତ ସେବାୟତଙ୍କ କାଲିଠୁ ହେବ କୋଭିଡ ଟେଷ୍ଟ

ପୁରୀ() ନିଜର ପରିବାର ର ସୁଖ କୁ ତ୍ୟାଗ କରି ମହାପ୍ରଭୁଙ୍କ ରଥନିର୍ମାଣ ରେ ନିୟୋଜିତ ସମସ୍ଥ ସେବାୟତଙ୍କୁ ଧନ୍ୟବାଦ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ରଥନିର୍ମାଣ ରେ ନିୟୋଜିତ ସମସ୍ଥ ସେବାୟତଙ୍କ କାଲିଠୁ ହେବ କୋଭିଡ ଟେଷ୍ଟ । ରଥ ପାଇଁ କୌଣସି ଅସୁବିଧା ହେବନି । ଚାରି ବାଡ଼ ର ବାଡ଼ଗ୍ରାହୀ ଓ ଦଇତା ପତି ସଦସ୍ୟ ଙ୍କ ଆଲୋଚନା ହେଲା । ସ୍ନାନ ଯାତ୍ରା ଓ ରଥ ଯାତ୍ରା ରେ ନିୟୋଜିତ ସମସ୍ଥ ସେବାୟତ ଓ ତାଙ୍କ ପରିବାରର ସ୍ୱାସ୍ଥ୍ୟ କୁ ଜଗୁଛୁ । କୌଣସି ଅସୁବିଧା ଉପରେ ଆମର ନଜର ରହିଛି । ସରକାରୀ ଗାଇଡ଼ଲାଇନ ଅନୁସାରେ ୮୦ ଜଣ ଦଇତାପତି ପରିବାର କୁ ସ୍ୱାସ୍ଥ୍ୟ ସେବା ଯୋଗା ଯିବ ।
ଅଭିଜ୍ଞ ଡାକ୍ତର ଓ ଅଫିସରଙ୍କ ଖୁବ ଶୀଘ୍ର ଦଇତାପତିଙ୍କ ସହ ଅନ୍ୟ ଏକ ବୈଠକ ବସିବ । କୋଭିଡ ଗାଇଡ଼ ଲାଇନ ସମ୍ବନ୍ଧରେ ଏହି ବୈଠକରେ ଜଣାଯିବ । ହୋମ କ୍ଵାରେନଟାଇନ ଓ ଇନଷ୍ଟିଚୁଟନାଲ କ୍ଵାରେନଟାଇନ ନେଇ ଦଇତାପତି ମାନଙ୍କୁ ଜଣାଯିବ । ସେମାନେ କେଉଁ କ୍ଵାରେନଟାଇନ ନେବେ ସେନେଇ ଜଣାଇବେ । ସମସ୍ଥ ଦଇତାପତି ମାନେ ମହାପ୍ରଭୁଙ୍କ ତ୍ୟାଗ ଓ କଟକଣା ପାଇଁ ସହମତି ପ୍ରକାଶ କରିଛନ୍ତି ।
ପରେ ଦଇତା ପତି ମାନେ ନିଜ ନିଯୋଗ ମଧ୍ୟରେ ବୈଠକ କରି ଗାଇଡ଼ ଲାଇନ ମାନି ସ୍ନାନ ଯାତ୍ରା ଓ ରଥଯାତ୍ରା କିଭଳି ସୁଚାରୁ ରୂପେ ସମ୍ପାଦନ କରିବେ ସେନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇବେ ।ପରିଚାଳନା କମିଟି ର ବୈଠକରେ ସ୍ନାନ ଓ ରଥ ଯାତ୍ରା ର ନିଷ୍ପତି ନିଆଯିବ ।

Share

Leave a Reply

Your email address will not be published. Required fields are marked *

one × 4 =