ମେଘନାଦ ପାଚେରି ଭିତରେ ସବୁ ବିଧି ରକ୍ଷା କରିବାକୁ ନିଷ୍ପତ୍ତି

ପୁରୀ() ପୁରୀ ଶ୍ରୀମନ୍ଦିର ପରିସରରେ ଅକ୍ଷୟ ତୃତୀୟା ନୀତି ସମ୍ପନ୍ନ ହେବ । ସରକାରୀ ନିୟମ ପାଳନ କରି ଅନୁଷ୍ଠିତ ହେବ ଚନ୍ଦନଯାତ୍ରା । ଏହାସହ ମନ୍ଦିର ପରିସରରେ ଅନୁଷ୍ଠିତ ହେବ ୨୧ଦିନିଆ ଚନ୍ଦନଯାତ୍ରା । ମେଘନାଦ ପାଚେରି ଭିତରେ ସବୁ ବିଧି ରକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ମେ ୩ଯାଏ ସବୁ ନୀତିକାନ୍ତି ଶ୍ରୀମନ୍ଦିର ପରିସରରେ କରିବାକୁ ନିଷ୍ପତ୍ତି ନିଆଯିବ । ମେ ୩ରେ ଲକ୍ ଡାଉନ ହଟିବା ପରେ ରଥଯାତ୍ରା ନେଇ ପରବର୍ତ୍ତୀ ନିଷ୍ପତ୍ତି ହେବ । ଜିଲ୍ଲାପାଳଙ୍କ ନେତୃତ୍ୱରେ ଶ୍ରୀମନ୍ଦିରରେ ସ୍ଥାନ ଅନୁଧ୍ୟାନ କରାଯିବ । କାଲି ଦିନ ୧୦ଟାରେଏନେଇ ସେବାୟତଙ୍କ ସହ ଆଲୋଚନା ହେବ ବୋଲି ଆଜି ସୂଚନା ଦେଇଛନ୍ତି ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।

 

ସେପଟେ ଲକଡାଉନ ସମୟରେ ସରକାରଙ୍କ ନିୟମ ପାଳନ କରି ମନ୍ଦିର ବାହାରେ କୌଣସି ଯାତ୍ରା ହୋଇ ପାରିବ ନାହିଁ । ତେଣୁ ସରକାରଙ୍କ ନିୟନମ ପାଳନ କରି କେମିତି ମହାପ୍ରଭୁଙ୍କ ଦେବନୀତି ହୋଇ ପାରିବ ସେନେଇ ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶକୁ ଗଣମାଧ୍ୟମ ଆଗରେ କହିଛନ୍ତି ଗଜପତି ମହାରାଜ । ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀମନ୍ଦିରର ବିଧି ପାଳନ ହେଉ, ସରକାରଙ୍କ ନିୟମ ବି ପାଳନ ହେଉ । ତେଣୁ ଶ୍ରୀମନ୍ଦିର ବାହାରେ ନୁହେଁ ବରଂ ମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ବିଧି । ବିଧି ପାଳନ ପରେ ଶ୍ରୀମନ୍ଦିର ଭିତରେ ହେବ ରଥ ନିର୍ମାଣ କାର୍ଯ୍ୟ ।

Share

Leave a Reply

Your email address will not be published. Required fields are marked *

eleven − 2 =