ସବୁ ଧର୍ମାନୁଷ୍ଠାନକୁ ଭକ୍ତଙ୍କୁ ବାରଣ

ଭୁବନେଶ୍ୱର() ଧର୍ମାନୁଷ୍ଠାନକୁ ନା । ଆସନ୍ତା କାଲିଠାରୁ ଏପ୍ରିଲ ପହିଲା ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ । ହେଲେ ଚାଲିବ ନୀତିକାନ୍ତି । ସେହିପରି ପୋଖରୀରେ ଗାଧୋଇବା ମନା । ସଂସ୍କୃତିକ ଅନୁଷ୍ଠାନ, ଲାଇବ୍ରେରୀ, music ଥିଏଟରକୁ ବି ନା । ଜୟଦେବ ବଟିକା, ବଟନିକାଲ ଗାର୍ଡେନ ତଥା ଜଙ୍ଗଲ ଓ ପରିବେଶ ବିଭାଗ ଅଧିନ ସମସ୍ତ ପାର୍କ ବନ୍ଦ । ଏପରିକି ପୋଷା କୁକୁର, ବିଲେଇକୁ ଘରେ ରଖି ଯତ୍ନ ନିୟନ୍ତୁ ବହାରକୁ ଛାଡ଼ନ୍ତୁ ନାହିଁ ।

ତେବେ ଆନ୍ତଃ ରାଜ୍ୟ ବସ ଚଳା ଚଳ କଟକଣା ନେଇ ଆସନ୍ତା କାଲି ନିଆଯିବ ନିଷ୍ପତ୍ତି । ଅନ୍ୟପଟେ hsc, bput, vshoot ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ତେବେ ଆଜିସୁଧା ୬୧ ଟି ନମୁନା ପରୀକ୍ଷା ହୋଇଥାବାବେଳେ ୬୦ ଟି negative ରହିଛି । ଗୋଟିଏ ପଜେଟିଭ ଥିଲା ତାଙ୍କର ଚିକିତ୍ସା ଚାଲିଛି । ସେ ସୁସ୍ଥ ଅଛନ୍ତି । ସେପଟେ କରୋନା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କାର୍ୟ୍ୟ କରାଯାଉଛି । ସମସ୍ତ ଜିଲ୍ଲା ସ୍ଥରରେ ୩ ହଜାର ଶହେ ୮୩ ଟି isolation bed ରଖାଯାଇଛି । ସେଥି ମଧ୍ୟରୁ କଟକ ମୁନିସିପାଲ କର୍ପୋରେସନରେ ୨ ହଜାର ଶହେ ପଚାଶ ବେଡ଼ ରହିଛି । ବ୍ରହ୍ମପୁରରେ ୮୪୦ ଓ bbsr ରେ ୯୯ ଟି bed ସୁବିଧା କରାଯାଇଛି । ସେହିପରି private ହୋଟେଲ ଗୁଡ଼ିକରେ ମଧ୍ୟ ସ୍ୱତନ୍ତ୍ର corentine room କରିବା ପାଇଁ ନିର୍ଦେଶ ଦିଆଯାଇଛି । ଅନ୍ୟପଟେ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଯଦି କରୋନା ସଂକ୍ରମଣ କରିଥାଏ, ତେବେ ସେ ୧୪ ଦିନ ଛୁଟିରେ ରହିବେ । ସମ୍ପର୍କୀୟଙ୍କ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ୧୪ ଦିନ ଯାଏଁ ଛୁଟିନେବେ । ସେପଟେ ୨୪ ଘଣ୍ଟାରେ ୧୦୪କୁ ଆସିଛି ୧୨ ହଜାର ଫୋନ କଲ । ୨ହଜାର ୬ ଶହ ପୋର୍ଟାଲ ରେଜିଷ୍ଟ୍ରେସନ କରିଛନ୍ତି । ୬ ହଜାର ୭ ସହ ୯୮ ପଂଚାୟତରେ ଏନେଇ ବ୍ୟାପକ ସଚେତନତାମୂଳକ କାର୍ୟ୍ୟକ୍ରମ କରାଯାଉଛି । ସେପଟେ ବରିଷ୍ଠଙ୍କ ପାଇଁ ୧୨ ନିୟମ ପାଳିବା ପାଇଁ କହିଛନ୍ତି ସୁବ୍ରତ ବାଗଚି ।

କରୋନା ପାଇଁ ୩ ବ୍ୟବସ୍ଥା ଗ୍ରହଣ କଲେ ରାଜ୍ୟ ସରକାର । ପାଞ୍ଜିକୃତ ପାଇଁ ୧୦୪ , ସରକାର ତଥ୍ୟ ଜାଣିବା ପାଇଁ occ ତଥା outband call center ଓ emergency କେସ ନିୟନ୍ତ୍ରଣ କରିବା ପାଇଁ state health controol room କରାଯାଇଛି ! outband call center ରେ ୭ ଡାକ୍ତରଙ୍କ ସମେତ ଶହେ କର୍ମଚାରୀ ନିୟୋଜିତ ହେବେ ! ସେହିପରି state health controol room ୧୦ ଡାକ୍ତର ରହିବେ ! ଇତିମଧରେ ୧୦୦ରୁ ଅଧିକ ଦେଶରୁ ଲୋକ ଫେରିଥିବା ବେଳେ ତାଙ୍କ ଉପରେ ନଜର ରଖିଛନ୍ତି ସରକାର ।

Share

Leave a Reply

Your email address will not be published. Required fields are marked *

16 + eight =