ମହାନତାର ପରିଚୟ : ସେଲ୍ଫି ଉଠାଇ ଆଶା ପୂରଣ କଲେ ନବୀନ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ପ୍ରେମରେ ହୋଇଥିଲା ବାୟା । ଏକମାତ୍ର ଇଛା ଥିଲା ନବୀନଙ୍କ ସହ ସେଲ୍ଫି । ଫଳରେ ତାଙ୍କର ବାହାଘର ପାଇଁ ରାସ୍ତା ଫିଟିଛି | ନବୀନଙ୍କ ସହ ସେଲଫି ନନେଲେ ସେ ବାହା ହେବେନାହିଁ ବୋଲି କହିଥିଲେ । ତେବେ ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେଡିର କୃଷକ ଅଧିକାର ସମାବେଶରେ ନବୀନ ପଟ୍ଟନାୟକଙ୍କ ସହ ସେଲଫି ନେଇ ତାଙ୍କର ଅଭିଳାଶା ପୂରଣ କରିଛନ୍ତି ଖଗେଶ୍ବର ।

ନବୀନଙ୍କ ସହ ସେଲଫି ଟିଏ ପାଇଁ ୩ ମାସ ହେଲା ଚାକିରୀ ଛାଡି ଦେହରେ ବିଜେଡି ପତାକା ଗୁଡେଇ ହୋଇ ଭୁବନେଶ୍ୱର ରାଜରାସ୍ତାରେ ଖଗେଶ୍ୱର ଗାଇ ବୁଲୁଥିଲେ ନବୀନ ଚାଳିଶା | ଯେଉଁଠି ଯେଉଁଠି ନବୀନଙ୍କ କାର୍ଯ୍ୟକ୍ରମ ହେଉଥିଲା ସେଠି ପହଂଚି ଯାଉଛନ୍ତି ଖଗେଶ୍ୱର | ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ହେଉ କି ମେକ ଇନ ଓଡିଶା କନକ୍ଳେଭ ସବୁଠି ଦେଖିବାକୁ ମିଳୁଥିଲା ଖଗେଶ୍ୱରଙ୍କୁ | ଡିସେମ୍ବର ୨୪ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ସମାବେଶକୁ ଯାଇ ମାଡ ଖାଇଥିଲେ ମଧ୍ୟ ଖଗେଶ୍ବର ।

ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ଅନ୍ତର୍ଗତ ବରେହିପାଲିରେ ତାଙ୍କ ଗାଁ | ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ସେଲ୍ସ ମ୍ୟାନ ଭାବେ କାମ କରୁଥିଲେ | ବିବାହ ବୟସ ହୋଇଥିବାରୁ ବାପା ଝିଅ ମଧ୍ୟ ଠିକ କରିସାରିଥିଲେ | ତେବେ ଗତ ୧୯ ବର୍ଷ ମଧ୍ୟରେ ନବୀନ ପଟ୍ଟନାୟକ କରି ଆସିଥିବା କାମ ତାଙ୍କୁ ବେଶ ପ୍ରଭାବିତ କରୁଥିଲା | ନିଜେ କୌଣସି ଯୋଜନାର ସୁଫଳ ନେଇନଥିଲେ ମଧ୍ୟ ପାଖ ପଡୋଶୀ ଲୋକ ବିଭିନ୍ନ ଯୋଜନାରେ ଉପକୃତ ହେଉଥିବା ଦେଖି ପ୍ରଭାବିତ ହୋଇଥିଲେ | କେବଳ ସେତିକି ନୁହେଁ ନବୀନଙ୍କ ବ୍ୟକ୍ତିତ୍ୱ ମଧ୍ୟ ବେଶ ଆକର୍ଷିତ କରିଥିଲା ଖଗେଶ୍ୱରଙ୍କୁ। ଖଗେଶ୍ୱର କହିଥିଲେ ନବୀନଙ୍କ କାମ କରିବା ଓ କାହାକୁ ଅପେକ୍ଷା ନକରିବା ଗୁଣ ତାଙ୍କୁ ସବୁଠୁ ଅଧିକ ଭଲ ଲାଗେ | ଧୀରେ ଧୀରେ ନବୀନଙ୍କର ସେ ଭକ୍ତ ପାଲଟିବାକୁ ଲାଗିଲେ | ନବୀନଙ୍କ ସହ ଗୋଟିଏ ସେଲଫି ନେବାର ଇଛା ତାଙ୍କୁ ଅଥୟ କରିଲା |

Share

Leave a Reply

Your email address will not be published. Required fields are marked *

thirteen − six =