ଗୋଇଠା ମାରି ନିଲମ୍ବିତ ହେଲେ ପୋଲିସ କର୍ମଚାରୀ

ଭୁବନେଶ୍ୱର: ପୋଲିସ କର୍ମଚାରୀ ଜଣେ ନାବାଳକଙ୍କୁ ଗୋଇଠା ମାରିବା ଭିଡିଓ ଭାଇରାଲ୍ ପରେ ଆରମ୍ଭ ହୋଇଛି କାର‌୍ୟ୍ୟାନୁଷ୍ଠାନ । ଗୋଇଠା ମାରିଥିବା ପୋଲିସ କର୍ମଚାରୀଙ୍କୁ ଭୁବନେଶ୍ୱର ଡିସିପି ଉମାକାନ୍ତ ନିଲମ୍ବିତ କରିଛନ୍ତି । ନିଲମ୍ବିତ ହୋମଗାର୍ଡ ଏ.କେ. ବିଶ୍ୱାଳ ୨୯ ନମ୍ବର ପିସିଆରର ଡ୍ରାଇଭର । ଏହା ଛଡ଼ା ଘଟଣା ଦିନ ପିସିଆର୍ ଡ୍ୟୁଟିରେ ଥିବା ଅନ୍ୟ କର୍ମଚାରୀଙ୍କ ଭୂମିକା ନେଇ ତଦନ୍ତ ହେବ ବୋଲି ଡିସିପି କହିଛନ୍ତି ।

ଏଥିପାଇଁ ତଦନ୍ତ ଦାୟିତ୍ୱ ଅତିରିକ୍ତ ଡିସିପିଙ୍କୁ ଦିଆଯାଇଛି । ହୋମଗାର୍ଡ ଜଣଙ୍କ ନାବାଳକଙ୍କୁ ଲାତ୍ ମାରିବା ବେଳେ ଅନ୍ୟ କର୍ମଚାରୀ କାହିଁକି ଅଟକାଇଲେ ନାହିଁ । ଓମଫେଡ୍ ବୁଥରୁ ନିଆଯାଇଥିବା ବ୍ରେଡ୍ ଓ କ୍ଷୀର ସବୁ କିଏ ନେଲା ? ଏଭଳି ଅନେକ ଦିଗର ତଦନ୍ତ କରିବେ ଅତିରିକ୍ତ ଡିସିପି । ଏଥିସହ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରିବ ପୋଲିସ ।

Share

Leave a Reply

Your email address will not be published. Required fields are marked *

7 − one =