ପ୍ରେମିକାକୁ ଦେଖା କରିବାକୁ ଯାଇ ଛେଚା ଖାଇଲେ

କେନ୍ଦ୍ରାପଡ଼ା: ସାଙ୍ଗ ସହ ମିଶି ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ । ହେଲେ ପ୍ରେମିକା ବଦଳରେ ତା ମା ଆସିଥିଲେ । ଆଉ ଏହା ଦେଖିବା ପରେ ପ୍ରେମିକ ଫେରାର ହୋଇଯାଇଥିଲା । ସାଥିରେ ଯାଇଥିବା ସାଙ୍ଗ ଫସିଯାଇଛି । ମହିଳା ଜଣକ ଯୁବକଙ୍କୁ ଧରି ନିର୍ଦ୍ଧୁମ ଛେଚିଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେନ୍ଦ୍ରାପଡ଼ା ସହର ସାନ୍ତସାହିରୁ ଆସିଛି ଏଭଳି ଖବର । ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ମିଳିଥିବା ସୂଚନା ମୁତାବକ, ମହିଳା ଜଣକ ଏକ ଦୋକାନ କରି ପରିବାର ଚଳାଉଛନ୍ତି । ଦୋକାନ ସମ୍ମୁଖରେ ନିଜର ନମ୍ବର ଲେଖିଛନ୍ତି । ତେବେ ଏହି ମୋବାଇଲଟି ଅଧିକାଂଶ ସମୟରେ ତାଙ୍କ ଝିଅ ଧରୁଥିଲେ । ତେବେ ଯୁବକ ଜଣକ ଏହି ନମ୍ବରକୁ କଲ କରି ଝିଅର ପ୍ରେମରେ ପଡିଯାଇଥିଲେ । ତେବେ ଝିଅକୁ କଲ କରିଥିବା ବେଳେ ତାଙ୍କ ମା ଉଠାଇଥିଲେ । ତେବେ ମହିଳା ଜଣକ ପ୍ଲାନ କରି ଦେଖା କରିବାକୁ ଡାକିଥିଲେ । ଯୁବକ ଜଣକ ମଧ୍ୟ ବେଶ ଖୁସିରେ ଆସିଥିଲେ । ସାଙ୍ଗକୁ ଧରି ଆସି ଦୋକାନ ସମ୍ମୁଖରେ ପହଞ୍ଚିବା ପରେ ସେ ମାକୁ ଦେଖି ଛୁ ମାରିଥିଲେ । ମାତ୍ର ସାଙ୍ଗଜଣକ ଫସିଯାଇଥିଲା ।
ମହିଳା ତାଙ୍କୁ ଧରି ନିର୍ଦ୍ଧୁମ ଛେଚିଥିଲେ । ପରେ ପୋଲିସ ଜିମା ଦେଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

13 + six =