ମହାପ୍ରଭୁଙ୍କ ପାଇଁ କଳିଙ୍ଗ କମର୍ସିଆଲ ଦେଲା ୧ କୋଟି ଟଙ୍କାର ସହାୟତା

ପୁରୀ () ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ସବୁ ଓଡିଶାଙ୍କର ରହିଛି ଭାବବେଗ । ସମସ୍ତେ ଏହି କାର୍ଯ୍ୟରେ ସାମିଲ ହେବା । ପରିକ୍ରମା ଯୋଜନାକୁ ସଫଳ କରିବା ପାଇଁ ସଙ୍କଳ୍ପ ନେତା । ଏହି କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ ନିଷ୍ଠାର ସହ ଉଦ୍ୟମ କରିବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବାର୍ତ୍ତା ବିଶ୍ବର କୋଣ ଅନୁକୋଣରେ ରହୁଥିବା ଓଡିଆଙ୍କୁ ଜାଗ୍ରତ କରିଛି । 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭକ୍ତି ଭରା ଏହି ଉକ୍ତି ପରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଲୋକଙ୍କ ଭାବାବେଗ ସ୍ପଷ୍ଟ ବାରି ହୋଇପଡୁଛି । ଆଜି କଳିଙ୍ଗ କମର୍ସିଆଲ କର୍ପୋରେସନ ଲିମିଟେଡ଼ର ନିର୍ଦ୍ଦେଶକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାରଙ୍କୁ ଭେଟି ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ପ୍ରଭୁଙ୍କ ଦର୍ଶନ ଓ ସମ୍ଭାବ୍ୟ ସୁବିଧା ସୁଯୋଗ ପାଇଁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ଏହି ସହାୟତା ପ୍ରଭୁଙ୍କ ସେବାରେ ଲାଗୁଥିବାରୁ ସେ ଧନ୍ୟ ମନେ କରିବା ସହ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ବେଶ ପ୍ରଶଂସା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen − 2 =