ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ବ୍ୟବସ୍ଥା କରାଯାଉଛି

ଭୁବନେଶ୍ବର() ଅଯୋଗ୍ୟ ‘କାଳିଆ’ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । “ଯେଉଁ ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଛନ୍ତି ସେମାନଙ୍କଠାରୁ ଟଙ୍କା ଫେରସ୍ତ ବ୍ୟବସ୍ଥା କରାଯାଉଛି।”

ସୂଚନାଯୋଗ୍ୟ, ଗତକାଲି କାଳିଆ ଯୋଜନାରେ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଥିବା କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଥିଲେ। କିନ୍ତୁ ଏହି ଯୋଜନାର ଲାଭ ଉଠାଇ ଏତେ ସଂଖ୍ୟାରେ ଅଯୋଗ୍ୟ ହିତାଧିକାରୀ ଟଙ୍କା ନେଇଯିବା କଥା ଚର୍ଚ୍ଚାର ବିଷୟ ହୋଇଛି । ଏପଟେ ରାଜ୍ୟ ସରକାର କାଳିଆ ଯୋଜନାରେ ସରକାରୀ ସହାୟତା ପାଇଥିିବା ହିତାଧିକାରୀଙ୍କ ମଧ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କ କିଭଳି ଟଙ୍କା ଫେରିବ ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେପଟେ ବିଜେଡି ବିଧାୟକ ତଥା ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “କାଳିଆ ଟଙ୍କା ପାଇଥିବା କେବଳ ୧୨ ହଜାର ବଡ଼ ଚାଷୀ ଓ ୨୦ ହଜାର ସରକାରୀ କର୍ମଚାରୀ ଅଯୋଗ୍ୟ।” ଯେଉଁ ପରିବାରରୁ ଏକାଧିକ ଲୋକ କାଳିଆ ଟଙ୍କା ପାଇଛନ୍ତି, ସେମାନେ ଅଯୋଗ୍ୟ ନୁହନ୍ତି। ଯଦି ପରିବାରର ଏକାଧିକ ଲୋକେ କାଳିଆ ଟଙ୍କା ପାଇଥିବେ, ପରବର୍ତ୍ତୀ କିସ୍ତିରେ ଟଙ୍କା ପାଇବେନି। ସେମାନେ ପୂର୍ବରୁ ପାଇଥିବା ଟଙ୍କାକୁ ଆଡଜଷ୍ଟ କରାଯିବ।”

Share

Leave a Reply

Your email address will not be published. Required fields are marked *

two × 1 =