କାଳିଆରୁ ବାଦ ପଡିଥିବା ପରିବାର ପାଇଁ ତଦନ୍ତ ଚାଲିଛି: ଅରୁଣ

ଭୁବନେଶ୍ବର()  ୫୦ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ମିଳିଥିବା ବେଳେ ବାଦ ପଡିଥିବା ପରିବାରକୁ କିଭଳି ସାମିଲ କରାଯିବ ସେନେଇ ତଦନ୍ତ ଚାଲିଛି ବୋଲି କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ଏହି ଯୋଜନାରେ ୭୫ ଲକ୍ଷ ଚାଷୀଙ୍କୁ ସହାୟତା ମିଳିବ ବୋଲି ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନସୁଧା ୫୦ ଲକ୍ଷ ଚାଷୀ ଏହି ଯୋଜନାରେ ସାମିଲ ହୋଇଛନ୍ତି ।

କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ ଓ ଭୂମିହୀନ ଚାଷୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ କାଳିଆ ଟଙ୍କା ଯୋଗାଇ ଦେବାକୁ ଘୋଷଣା କରାଯାଇଛି ଏବଂ ପ୍ରତି ହିତାଧିକାରୀଙ୍କୁ ୨୫ ହଜାର ଟଙ୍କା ମିଳିବ ।

Share

Leave a Reply

Your email address will not be published. Required fields are marked *

2 × four =