କାଳିଆ ଟଙ୍କାରେ ୧୦ ଲକ୍ଷରୁ ଅଧିକ ଭୂମିହୀନ ଚାଷୀଙ୍କୁ ମିଳିଲା ସହାୟତା

ଭୂମିହୀନ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ପ୍ରଥମ ପର୍ୟ୍ୟାୟ ‘କାଳିଆ’ ଟଙ୍କା । କେନ୍ଦ୍ରାପଡ଼ା ‘କାଳିଆ’ ଚାଷୀ ମହାସମାବେଶରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୂମିହୀନ ଚାଷୀଙ୍କୁ ଜୀବନଧାରଣ ପାଇଁ ପ୍ରଥମ ପର୍ୟ୍ୟାୟରେ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଟଙ୍କାରେ ଚାଷୀ ଭାଇମାନେ ଛେଳି, ବତକ, କୁକୁଡ଼ା, ଛତୁ ଏବଂ ମହୁ ଚାଷ କରିପାରିବେ । ଜୀବନଧାରଣ ପାଇଁ ୭ଟି କ୍ଷେତ୍ରରେ ଏହି ଟଙ୍କାକୁ ବିନିଯୋଗ କରିପାରିବେ ଚାଷୀ । ନିଜ ପସନ୍ଦ ଏବଂ ସୁବିଧା ମୁତାବକ ଟଙ୍କାକୁ ବିନିଯୋଗ କରିପାରିବେ ଭୂମିହୀନ ଚାଷୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ଆରମ୍ଭରୁ ପୁଲୱାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ଯବାନଙ୍କ ପାଇଁ ସମବେଦନା ଜଣାଇଥିଲେ । ଏହାପରେ କାଳିଆ ଯୋଜନାର ଦ୍ୱିତୀୟ ପର୍ୟ୍ୟାୟ ଟଙ୍କା ଭୂମିହୀନ ଚାଷୀଙ୍କ ଖାତାକୁ ଯାଇଛି । ଏହା ଦ୍ୱାରା ପ୍ରଥମ ପର୍ୟ୍ୟାୟରେ ୩ଲକ୍ଷ ୫୦ ହଜାର ଭୂମିହୀନ ଚାଷୀ ଉକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଏଭଳି କୌଣସି ସୁବିଧା ନାହିଁ ଏବଂ ସେନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଭୂମିହୀନ ଏବଂ ଭାଗଚାଷୀଙ୍କୁ ସାମିଲ କରାଇବା ପାଇଁ ଦାବି କରିଛନ୍ତି ବୋଲି କହିଛନ୍ତି ନବୀନ ।
ସେହିପରି କାଳିଆ ଯୋଜନା ଦେଶର କୃଷକ ଭାଇମାନଙ୍କ ପାଇଁ ବାଟ ଫିଟାଇବ ବୋଲି କେନ୍ଦ୍ରାପଡାରେ ଚାଷୀ ମହାସମାବେଶରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାରଣ ଚାଷୀ ଭାଇର ଉନ୍ନତି ଦେଶର ଉନ୍ନତି । ତେଣୁ ରାଜ୍ୟରେ ୧୦ ଲକ୍ଷରୁ ଅଧିକ ଭୂମିହୀନଙ୍କୁ ଜୀବିକା ଅର୍ଜନ, ଆନୁସଙ୍ଗିକ କୃଷିକାର୍ୟ୍ୟ ପାଇଁ ୩ଟି କିସ୍ତିରେ ୧୨ ହଜାର ୫ଶହ ଟଙ୍କାର ସହାୟତା ମିଳିବ ।

Share

Leave a Reply

Your email address will not be published. Required fields are marked *

4 × four =