ଖୁବଶୀଘ୍ର ମିଳିବ କାଳିଆ ଦ୍ୱିତୀୟ ପର୍ୟ୍ୟାୟ ସହାୟତା

କାଳିଆ ଯୋଜନାରେ ଶୀଘ୍ର ମିଳିବ ଦ୍ୱିତୀୟ ପର୍ୟ୍ୟାୟ ଟଙ୍କା । ମୋଟ୍ ୧୮ଲକ୍ଷ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯିବ । କୃଷିମନ୍ତ୍ରୀ ଶଶିଭୂଷଣ ବେହେରା ଏନେଇ ସୂଚନା ଦେଇଛନ୍ତି । କାଳିଆ ସହାୟତା ପାଇଁ ପୂର୍ବରୁ ପ୍ରସ୍ତୁତ ଚିଠା ତାଲିକାରେ ୨୧ ଲକ୍ଷରୁ ଅଧିକ ଚାଷୀ ଥିଲେ । ଏଭିତରୁ ୧୨ ଲକ୍ଷ ୪୫ ହଜାର ହିତାଧିକାରୀଙ୍କୁ ଦିଆଯାଇଛି ସହାୟତା ରାଶି । ପ୍ରଥମ ପର୍ୟ୍ୟାୟରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ ପରେ ଦ୍ୱିତୀୟ ପର୍ୟ୍ୟାୟ ହିତାଧିକାରୀ ପାଇଁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଖୁବ ଶୀଘ୍ର ୧୮ଲକ୍ଷ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି କୃଷି ମନ୍ତ୍ରୀ ସୂଚନା ଦେଇଛନ୍ତି । କାଳିଆ ଯୋଜନାରେ ଚାଷୀ, ଭାଗଚାଷୀ ଓ ଭୂମିହୀନ ସମସ୍ତେ ଉପକୃତ ହେବେ ।

Share

Leave a Reply

Your email address will not be published. Required fields are marked *

ten + seven =