ଗଂଜାମ ଚାଷୀଙ୍କୁ କାଳିଆ ସହାୟତା

ଭୁବନେଶ୍ୱର () ପୁରୀ ପରେ ଗଞ୍ଜାମରେ ଆଜି ଅନୁଷ୍ଠିତ ହୋଇଛି ବିଶାଳ ଚାଷୀ ସମାବେଶ । ଜିଲ୍ଲାର 22ଟି ବ୍ଲକରୁ ଦୁଇ ଲକ୍ଷରୁ ଅଧିକ ଚାଷୀଙ୍କ ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କାଳିଆ ଯୋଜନାରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ସଳଖ ସହାୟତା ରାଶି ପ୍ରଦାନ ବ୍ୟବସ୍ଥାର ଶୁଭରମ୍ଭ କରିଛନ୍ତି ।

ଆଜି ପ୍ରାୟ 50 ହଜାରରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ 5000 ଟଙ୍କା ଲେଖାଏଁ କାଳିଆ ସହାୟତା ରାଶି ଟ୍ରାନ୍ସଫର ହୋଇଛି । ଏଥିସହ ଆଜି ମୁଖ୍ୟମନ୍ତ୍ରୀ ଗଞ୍ଜାମରେ ପ୍ରାୟ 1100 କୋଟି ଟଙ୍କାର ଏକାଧିକ ପ୍ରକଳ୍ପର ଉପହାର ଦେଇଛନ୍ତି ।

716 କୋଟି ଟଙ୍କା ବ୍ୟୟ ଅଟକାଳରେ ନିର୍ମିତ 9ଟି ଆଡ଼ି ବନ୍ଧ, 7ଟି ମେଗା ଉଠା ଜଳସେଚନ ପ୍ରକଳ୍ପ, 7ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ, 4ଟି 33/11 କେଭି ସବଷ୍ଟେସନ, 16ଟି 100 ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜନଜାତି ଛାତ୍ରୀନିବସ, ବାଘୁଆ ନଦୀ ଉପରେ ସେତୁ ଓ ସୋରଡା ପୂର୍ତ୍ତ ବିଭାଗର ନୂଆ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି ।

ସେହିଭଳି ମୁଖ୍ୟମନ୍ତ୍ରୀ 296 କୋଟି ଟଙ୍କାର 2ଟି ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପ, ଋଷିକୂଲ୍ୟା ନଦୀ ଉପରେ ବିଭିନ୍ନ ସ୍ଥାନରେ ସେତୁ ନିର୍ମାଣ, ସମନ୍ବିତ କ୍ରୀଡା କମ୍ପ୍ଲେକ୍ସ, 10ଟି ପର୍ଯ୍ୟଟନସ୍ଥଳୀର ବିକାଶ ଓ ବିଭିନ୍ନ ବ୍ଲକରେ ରାସ୍ତା ଉନ୍ନତିକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × 1 =