ଅପ୍ରେଲ ଓ ସେପ୍ଟେମ୍ବର ପହିଲାରେ ମିଳିବ କାଳିଆ ସହାୟତା

ପଞ୍ଚାୟତ ଅଫିସରେ ତୃତୀୟ ତାଲିକା ପ୍ରଦର୍ଶିତ

କାଳିଆ ଏକ ଋଣ ଯୋଜନା ବୋଲି ଅପପ୍ରଚାର ହେଉଛି

କନ୍ଧମାଳ () କାଳିଆ ସହାୟତା ପାଇଁ ଯୋଗ୍ୟ ବିବେଚିତ ଚାଷୀମାନଙ୍କର ତୃତୀୟ ତାଲିକା ଗ୍ରାମ ପଂଚାୟତ ଅଫିସରେ ପ୍ରଦର୍ଶିତ ହୋଇଛି । ଏହି ତାଲିକା ମାର୍ଚ୍ଚ 20 ତାରିଖ ପର୍ଯ୍ୟନ୍ତ ରହିବ । ଯେଉଁ ଚାଷୀମାନଙ୍କ ନାମ ତାଲିକାରେ ଅଛି, ସେମାନେ ଅପ୍ରେଲ ମାସରେ କାଳିଆ ସହାୟତା ପାଇବେ । କାଳିଆ ଯୋଜନାର ଦ୍ବିତୀୟ କିସ୍ତି ସହାୟତା ଅପ୍ରେଲ ପହିଲାରେ ଦିଆଯିବ । ଜଣେ ବି ଯୋଗ୍ୟ ଚାଷୀ ଯେପରି ଏ ସହାୟତାରୁ ବଂଚିତ ନହେବେ, ସେଥିପ୍ରତି ମୁଁ ନଜର ରଖିଛି । ଆଜି ମୁଖ୍ୟମନ୍ତ୍ରୀ କନ୍ଧମାଳ ଜିଲ୍ଲା କେ.ନୁଆଗାଁ ବ୍ଲକ ଅନ୍ତର୍ଗତ ମହାସିଙ୍ଗିଠାରେ କାଳିଆ ସମାବେଶକୁ ସମ୍ବୋଧିତ କରିଏହା କହିଛନ୍ତି ।

କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା 35 ଲକ୍ଷ ଚାଷୀ ସହାୟତା ପାଇସାରିଲେଣି । ଏହି ଯୋଜନାରେ ଭୂମିହୀନ ଚାଷୀ, ଭାଗ ଚାଷୀ ଓ କୃଷି ଶ୍ରମିକ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଏହାସହିତ ଦୁଗ୍ଧ ଚାଷୀ ଓ ଟସର ଚାଷୀଙ୍କୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଯୋଜନା ଏକ ଆଦର୍ଶ ଯୋଜନା ଭାବେ ସାରା ଦେଶକୁ ବାଟ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଗାମୀ ବର୍ଷମାନଙ୍କରେ କାଳିଆ ସହାୟତା ପ୍ରତିବର୍ଷ ଅପ୍ରେଲ ପହିଲା ଏବଂ ସେପ୍ଟେମ୍ବର ପହିଲାରେ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କାଳିଆ ଯୋଜନା ଏକ ଋଣ ଯୋଜନା ବୋଲି କିଛି ଅପପ୍ରଚାର କରୁଛନ୍ତି । ଏହାକୁ ବିଶ୍ବାସ ନକରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଚାଷର ଉନ୍ନତି ପାଇଁ ଚାଷୀମାନଙ୍କୁ ସିଧାସଳଖ ଏହି ସହୟତା ପ୍ରଦାନ କରାଯାଉଛି । ଏହି ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − 1 =