ପୁତୁରାର ଠେଙ୍ଗା ମାଡ଼ରେ ଖୁଡ଼ୀ ମୃତ

କଳାହାଣ୍ଡି: ପୁତୁରାର ଠେଙ୍ଗା ମାଡ଼ରେ ଖୁଡି ମୃତ। ଜମି ବିବାଦକୁ ନେଇ ପୁତୁରା ରଚିଲା ସାଙ୍ଘାତିକ କାଣ୍ଡ । ଏପରି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜି ଗ୍ରାମରେ । ସୂଚନାନୁସାରେ, ଦୀର୍ଘଦିନ ହେବ ପୁତୁରା ଓ ଖୁଡିଙ୍କ ପରିବାର ମଧ୍ୟରେ ଜମି ବିବାଦ ରହିଥିଲା । ଯାହା ଗୁରୁବାର ରାତିରେ ଉଗ୍ରରୂପ ଧାରଣ କରିଥିଲା । ଏପରିକି ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା ।ଏଥିରେ ପୁଚୁରାର ଆକ୍ରମଣରେ ଖୁଡିର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହ ଉଭୟ ପରିବାରର ଅନ୍ୟ ୭ ଗୁରୁତର ମଧ୍ୟ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତ ମହିଳା ହେଲେ ଲିପସା ସାହୁ । ତେବେ ଚାଷ ଜମି ବିବାଦକୁ ନେଇ ଦୀର୍ଘ ଦିନ ଧରି ଦୁଇ ପରିବାର ମଧ୍ୟରେ ବିବାଦ ଥିବା ସୂଚନା ମିଳିଛି । ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ।

Share

Leave a Reply

Your email address will not be published. Required fields are marked *

eleven + nine =