ରାଜ୍ୟର ୨୦ଟି ଜିଲ୍ଲାରେ ଆଜି କାଳବୈଶାଖୀ ବର୍ଷା

ରାଜ୍ୟର ୨୦ଟି ଜିଲ୍ଲାରେ ଆଜି କାଳବୈଶାଖୀ ବର୍ଷା ପାଇଁ ୨୦ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମାଲକାନଗିରି, ରାୟଗଡା, କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଜୁଳି ଘଡଘଡି ସହ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ରହିଛି । ଗୋଟିଏ ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

କିଛି ଦିନର ପ୍ରଚଣ୍ଡ ତାତି ପରେ ଗତ ସନ୍ଧ୍ୟାରେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଆଣି ଦେଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ବର୍ଷାରେ ଭିଜିଥିଲା ଟୁଇନ ସିଟି ଭୁବନେଶ୍ୱର ଓ କଟକ । ରାଜଧାନୀରେ ସନ୍ଧ୍ୟାରେ ଝିପି ଝିପି ବର୍ଷା ହୋଇଥିବା ବେଳେ ସନ୍ଧ୍ୟା ପରେ ପ୍ରବଳ ବର୍ଷା ହୋଇଥିଲା । ରାତି ପ୍ରାୟ ୮ଟାରୁ ରାତି ୧୨ଟା ଯାଏ ଲାଗି ରହିଥିଲା ବର୍ଷା । ସେପଟେ ବାଲେଶ୍ୱର ଓ ଭଦ୍ରକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି ।

Share

Leave a Reply

Your email address will not be published. Required fields are marked *

6 + four =