ବାପାକୁ ମାରିଦେଲା ପୁଅ

ଗଞ୍ଜାମ: କଥାରେ ଅଛି ପୁଅଟିଏ ଜନ୍ମ କଲେ ଶହେ ଜନ୍ମର ପୂଣ୍ୟ ମିଳିଥାଏ । ଶେଷ ସମୟରେ ପୁଅ ସାହା ହେବ । ଏଥିଲାଗି ସବୁ ବାପା ମା ପୁଅ ଲାଗି ଲାଗି କେତେ ଓଷା ଉପବାସ କରିଥାନ୍ତି । କିନ୍ତୁ ଏମିତି କିଛି ଅଯୋଗ୍ୟ ଅଛନ୍ତି ଯେଉଁମାନେ କି ବାପାଙ୍କ ଜୀବନ ନେବାକୁ ମଧ୍ୟ ପଛାଇନାହାନ୍ତି । ସାମାନ୍ୟ ଟଙ୍କା ଲାଗି ବାପାର ଜୀବନ ନେଇଛି ପୁଅ । ପୁଅର ଛୁରାମାଡରେ ବାପା ମୃତ । ଗଞ୍ଜାମ ଜିଲ୍ଲା କବିସୂର‌୍ୟ୍ୟନଗର ମହାଛାଇ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା କବିସୂର‌୍ୟ୍ୟନଗର ମହାଛାଇ ଗାଁରେ ପୁଅର ଛୁରାମାଡରେ ବାପାଙ୍କର ମୃତ୍ୟୁ ଘଟିଛି । ଟଙ୍କା ନଦେବାରୁ ବାପାକୁ ଛୁରାମାଡ କରିଛି ପୁଅ । ମୃତକ ହେଲେ କରୁଣାକର ସାହୁ । ହତ୍ୟାକାରୀ ପୁଅ ପ୍ରତାପ ସାହୁ ଘଟଣା ପରେ ଫେରାର ହୋଇଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

three × 5 =