ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳ

ଭୁବନେଶ୍ୱର() ରାଜ୍ୟରେ ପ୍ରଶାସନିକ ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ ହୋଇଛି । ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତଙ୍କର ବଦଳି ହୋଇଛି । ତାଙ୍କ ଜାଗାରେ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ ହୋଇଛନ୍ତି ସନତ କୁମାର ମହାନ୍ତି ।

ସେହିପରି ବ୍ରହ୍ମପୁରର ଅତିରିକ୍ତ କମିସନର ହୋଇଛନ୍ତି ସୀତାଂଶୁ କୁମାର ରାଉତ । ଗଞ୍ଜାମ କୋଭିଡ ପରିଚାଳନାର ଓଏସଡି ହୋଇଛନ୍ତି କିର୍ତ୍ତି ଭାସନ୍ ଭି. । ଶୁଭଙ୍କର ମହାପାତ୍ର ହୋଇଛନ୍ତି କନ୍ଧମାଳ ବାଲିଗୁଡାର ଏସଡିଏମ । ସେହିପରି ସୂର୍ଯ୍ୟସ୍ୱନୀ ମୟୂର ବିକାଶା ହୋଇଛନ୍ତି ସମ୍ବଲପୁରର ଏସଡିଏମ । ଜେ ସୋନାଲ ହୋଇଛନ୍ତି ଗଜପତି କୋଭିଡ ପରିଚାଳନାର ଓଏସଡି ।

Share

Leave a Reply

Your email address will not be published. Required fields are marked *

15 − 4 =