ସାମ୍ବାଦିକଙ୍କୁ ପିଟିଲେ, ମୋବାଇଲ ଛଡ଼େଇ ନେଲେ

ଭୁବନେଶ୍ୱର: ଖବର ସଂଗ୍ରହ କରିବା କଣ ଭୁଲ? ସତ୍ୟକୁ ଲୋକଲୋଚନରେ ପ୍ରକାଶ କରିବା କଣ ଅପରାଧ? ଯଦି ଏସବୁ ଭୁଲ ନୁହେଁ ତେବେ କାହିଁକି ବାରମ୍ବାର ଗଣମାଧ୍ୟମ ପ୍ରତିନିଧି ଉପରେ କରାଯାଉଛି ଆକ୍ରମଣ । ଉପାନ୍ତରୁ ଆରମ୍ଭ କରି ପୂର୍ବପ୍ରାନ୍ତ ସବୁଠି ଆଉ ସବୁବେଳେ ଆକ୍ରମଣର ଶିକାର ହେଉଛନ୍ତି ସାମ୍ବାଦିକ । ତେବେ ଆଜି ପୁଣି ଜଣେ ସାମ୍ବାଦିକ ଆକ୍ରମଣର ଶିକାର ହୋଇଛନ୍ତି । ସବୁଠାରୁ ଦୁଃଖର ବିଷୟ ହେଉଛି କି ଏଥରକ ରାଜଧାନୀର ଜଣେ ସାମ୍ବାଦିକ ହୋଇଛନ୍ତି ଆକ୍ରୋଶର ଶିକାର ।

ଖବର ମୁତାବକ, ରାଜଧାନୀରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରି ତାଙ୍କ ମୋବାଇଲ ଫୋନ ଲୁଟି ନେଇଛନ୍ତି ଲୁଟେରା । ଡେଲଟା ଛକରେ ଘଟିଛି ଏହି ଘଟଣା । ୨ ଜଣ ଲୁଟେରା ସ୍କୁଟିରେ ଆସି ସାମ୍ବାଦିକଙ୍କ ଫୋନ ଛଡାଇ ନେବାକୁ ଚେଷ୍ଟା କରିଥିଲେ । ସେ ପ୍ରତିରୋଧ କରିବାରୁ ସେମାନେ ତାଙ୍କ ମୁଣ୍ଡକୁ ଲୁହା ରଡରେ ଆଘାତ କରିଥିଲେ । ସଂପୃକ୍ତ ସାମ୍ବାଦିକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ସାମ୍ବାଦିକଙ୍କ ନାଁ ସତ୍ୟସୁନ୍ଦର ଭଞ୍ଜ ।

 

Share

Leave a Reply

Your email address will not be published. Required fields are marked *

4 × two =