କପିକୁ ନେଇ ପୁଲିସ-ଅଭିଭାବକ ମୁହାଁମୁହିଁ

ପରୀକ୍ଷା କେନ୍ଦ୍ରରେ କପିକୁ ନେଇ ଉତେଜନା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ । ପରୀକ୍ଷା କେନ୍ଦ୍ରରେ କପି ଯୋଗାଇଦେବାକୁ ଶିକ୍ଷକ ଛାତଛାତ୍ରୀଙ୍କ ଠାରୁ ପଇସା ନେଇଥିଲେ । କିନ୍ତୁ ସିସିଟିଭି ଲାଗିଥିବାରୁ ଶିକ୍ଷକ ଜଣକ କପି ଯୋଗାଇପାରିନଥିଲେ । ଫଳରେ ସ୍କୁଲରେ ଅଭିଭାବକ ମାନେ ପହଚିଂ ପାଟିତୁଣ୍ଡ କରିଥିଲେ ଏବଂ ଏହି ସମୟରେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଶିକ୍ଷକ ଜଣକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ପାଟଣାଗଡ ଥାନାରେ ସାମ୍ବାଦିକ ଜଣକ ଏତଲା ଦେବେ ପରେ ସଂପୃକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖାଯାଇଛି ।

ସେପଟେ କାମାକ୍ଷାନଗର ବିରିବୁଲେଇ ଓ ଗଡପଳାସୁଣୀ ପରୀକ୍ଷା କେନ୍ଦ୍ରରେ କପିକୁ ନେଇ ପୁଲିସ ଓ ଅଭିଭାବକ ମୁହାଁମୁହିଁ ହୋଇଛନ୍ତି । ବିରିବୁଲେଇ ପରୀକ୍ଷା କେନ୍ଦ୍ରରେ ଅଭିଭାବକ ମାନେ ଖୁଲାମଖୂୁଲା କପି ଯୋଗାଉଥିବା ବେଳେ ପୁଲିସ ବିରୋଧ କରିଥିଲା । ଫଳରେ ପରୀକ୍ଷା କେନ୍ଦ୍ର ପାଚେରୀ ଭାଙ୍ଗି ଧସେଇ ପଶିଥିଲେ ଅଭିଭାବକ । ଫଳରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା ।

Share

Leave a Reply

Your email address will not be published. Required fields are marked *

two + 14 =