ଦୁଇ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ  ଲେଖାଏଁ ମଞ୍ଜୁର

ଭୁବନେଶ୍ୱର() କରୋନାରେ ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ  ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଦୁଇ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ  ଲେଖାଏଁ ମଞ୍ଜୁର କରାଯାଇଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିବାର ପିଛା ୧୫ ଲକ୍ଷ ଲେଖାଏଁ  ମଞ୍ଜୁର କରିଛନ୍ତି ।  ଦିବଙ୍ଗତ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ ଓ କେ.ସିଏଚ ରତ୍ନମଙ୍କ ପରିବାରକୁ ଏହି ସହାୟତା ପ୍ରଦାନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ତଥା ମିଡିଆ ସେଲ ଅଧ୍ୟକ୍ଷ ମାନସ ମଙ୍ଗରାଜ ।

ସୂଚନା ଅନୁସାରେ କରୋନାବେଳେ ସାମ୍ବାଦିକମାନେ  ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି ।  କରୋନାବେଳେ କାର୍ୟ୍ୟରତ ସାମ୍ବାଦିକଙ୍କ ମୃତୁ୍ୟ ହେଲେ  ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

13 + sixteen =