ସରକାରଙ୍କ ସମସ୍ତ ନିଯୁକ୍ତି ପ୍ରକ୍ରିୟା ଚାଲିବ

ଭୁବନେଶ୍ୱର() ଆର୍ଥିକ କଟକଣା ଓ ନୂଆ ନିଯୁକ୍ତି ଉପରେ କଟକରା ଲାଗୁ ହୋଇଥିଲା । ନୂଆ ସରକାରୀ ନିଯୁକ୍ତି ନେଇ ଅର୍ଥ ବିଭାଗ ପକ୍ଷରୁ ଆଜି ଏହି ସମ୍ପର୍କରେ ସ୍ପଷ୍ଟୀକରଣ ରଖାଯାଇଛି । ଖାଲି ପଡ଼ିଥିବା ସରକାରୀ ପଦବୀ ପୂର୍ବଭଳି ପୂରଣ କରାଯିବ । ସରକାରଙ୍କ ସମସ୍ତ ନିଯୁକ୍ତି ପ୍ରକ୍ରିୟା ଚାଲିବ । କେବଳ ନୂଆ ପଦବୀ ସୃଷ୍ଟି ଉପରେ ଅସ୍ଥାୟୀ କଟକଣା ଲାଗୁ କରାଯାଇଛି ।

ଉଲ୍ଳେଖଯୋଗ୍ୟ ଯେ ଗତକାଲି ସବୁ ବିଭାଗକୁ ଚିଠି ଲେଖିଥିଲେ ଅର୍ଥ ବିଭାଗ ସଚିବ ଅଶୋକ ମୀନା । ସେ ଚିଠିରେ ସରକାରୀ ଅଧିକାରୀ ଓ ବିଭାଗ ପାଇଁ ଗାଇଡ଼ଲାଇନ ଜାରି କରାଯାଇଥିଲା । ଆସନ୍ତା ୨ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ସରକାରୀ ପଦବୀ ସୃଷ୍ଟି ହେବନାହିଁ । କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । କନସଲଟାଣ୍ଟ କିମ୍ବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ମିଳିବନାହିଁ । ନୂଆ ଯୋଜନା ଉପରେ ମଧ୍ୟ କଟକଣା ଲାଗୁ ହୋଇଥିଲା । ଆସନ୍ତା ଦୁଇ ବର୍ଷ ଯାଏଁ ନୂଆ ଗାଡ଼ି ମଧ୍ୟ କିଣାଯାଇପାରିବ ନାହିଁ । ସରକାରୀ ଗସ୍ତ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଥିଲା । ଦେଶ ବାହାରକୁ ଗସ୍ତ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଥିଲେ ସରକାର । ସରକାରୀ ଖର୍ଚ୍ଚରେ ବିଜିନେସ୍ କ୍ଲାସରେ ଗସ୍ତ ମନା ହୋଇଛି । ସରକାରୀ ଅଧିକାରୀ ଫ୍ଲାଷ୍ଟକ୍ଲାସ ଏସିରେ ମଧ୍ୟ ଗସ୍ତ କରିପାରିବେ ନାହିଁ ।

Share

Leave a Reply

Your email address will not be published. Required fields are marked *

3 × 4 =