କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢାଇଲା ଜିନ୍ଦଲ

ନୂଆଦିଲ୍ଲୀ / ଭୂବନେଶ୍ୱର() କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର ଲିଃ (ଜେଏସ୍‌ପିଏଲ୍‌) ପ୍ରଧାନମନ୍ତ୍ରୀଙ୍କ ପିଏମ୍‌-କେୟାର୍ସ୍ ଫଣ୍ଡକୁ ୨୫ କୋଟି ଟଙ୍କା ପ୍ରଦାନ କରିବ ବୋଲି ଘୋଷଣା କରିଛି ।  “କୋଭିଡ – ୧୯ ମହାମାରୀ ବିରୋଧରେ ଭାରତର ସଂଗ୍ରମକୁ ସାହାଯ୍ୟ କରିବା ପାଇଁ ଜେଏସ୍‌ପିଏଲ୍ ପିଏମ୍‌-କେୟାର୍ସ୍ ଫଣ୍ଡରେ ୨୫ କୋଟି ଟଙ୍କାର ଯୋଗଦାନ କରିବା  ପ୍ରଦାନ କରିବ ।  କୋଭିଡ – ୧୯ ବିରୋଧରେ ଦେଶର ଲଢେଇରେ ଆମେ ଯଥା ସମ୍ଭବ ସାହାଯ୍ୟ କରିବୁ” ବୋଲି ଜେଏସ୍‌ପିଏଲ୍‌ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏକ ଟ୍ୱିଟ ମାଧ୍ୟମରେ କହିଛନ୍ତି ।  ଓ.ପି. ଜିନ୍ଦଲ ଗ୍ରୁପ୍‌ର ପ୍ରତିଷ୍ଠାତା ଶ୍ରୀ ଓମ୍ ପ୍ରକାଶ ଜିନ୍ଦଲଙ୍କ ୧୫ତମ ଶ୍ରାଦ୍ଧ ଦିବସରେ ଜେଏସ୍‌ପିଏଲ୍ ପକ୍ଷରୁ ଏହା ଘୋଷଣା କରାଯାଇଛି ।

ଏହି ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜେଏସ୍‌ପିଏଲ୍‌କୁ ଧନ୍ୟବାଦ ଜଣାଇଛନ୍ତି ।

ଏହା ବ୍ୟତୀତ, ଜେଏସ୍‌ପିଏଲ୍‌ର ସାମାଜିକ ଦାୟିତ୍ୱବୋଧ ଅନୁଷ୍ଠାନ ଜେଏସ୍‌ପିଏଲ୍ ଫାଉଣ୍ଡେସନ ପକ୍ଷରୁ ଏହାର ବିଭିନ୍ନ କାରଖାନା ନିକଟରେ ଥିବା ଆର୍ଥିକ ଦୁର୍ବଳ ଲୋକମାନଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ଦରକାରୀ ସାମଗ୍ରୀ ଯୋଗାଇ ଦିଆଯାଉଛି । ବର୍ତମାନ ସୁଧା ୩୦୦୦ରୁ ଅଧିକ ମିଲ୍ସ / ରନ୍ଧା ଖାଦ୍ୟ ପ୍ୟାକେଟ୍ସ ଓଡିଶା, ଛତିଶଗଡ ଏବଂ ଝାରଖଣ୍ଡର ବିଭିନ୍ନ ଗ୍ରାମରେ ଜେଏସ୍‌ପିଏଲ୍ ଫାଉଣ୍ଡେସନ ବଣ୍ଟନ କରିସାରିଛି ।

କୋଭିଡ – ୧୯ ମହାମାରୀର ମୁକାବିଲା ପାଇଁ ଜେଏସ୍‌ପିଏଲ୍ ତାର ବିଭିନ୍ନ ଡାକ୍ତରଖାନାରେ ଅଧିକ ଭେଣ୍ଟିଲେଟର ଏବଂ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇଦେଇ ଏହି ଡାକ୍ତରଖାନା ଗୁଡିକର ଉନ୍ନତିକରଣ କରୁଛି । ଏହି ଡାକ୍ତରଖାନା ଗୁଡିକରେ କମ୍ପାନୀ ପକ୍ଷରୁ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ମାସ୍କ ତିଆରି କରିବା ପାଇଁ କମ୍ପାନୀ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଗୁଡିକୁ ଆବଶ୍ୟକୀୟ ପ୍ରଶିକ୍ଷଣ ଓ ମେସିନ୍ ଦିଆଯାଇ ନିଯୁକ୍ତ କରାଯାଇଛି । ଏବେ ସୁଦ୍ଧା ଏକ ଲକ୍ଷରୁ ଅଧିକ ମାସ୍କ ତିଆରି କରାଯାଇ ଏବଂ ପରେ ଅଲ୍‌ଟ୍ରାଭାଓଲେଟ୍ ଉପଚାର ପରେ ସ୍ଥାନୀୟ ବାସିନ୍ଦା, କର୍ମଚାରୀ, ଶ୍ରମିକ ଓ ଟ୍ରକ୍ ଡ୍ରାଇଭର ଆଦି ବିଭିନ୍ନ ଲୋକମାନଙ୍କ ମଧ୍ୟରେ ଜେଏସପିଏଲ ପକ୍ଷରୁ ବଣ୍ଟା ଯାଇଛି ।

ଶାଲ୍ଲୁ ଜିନ୍ଦଲଙ୍କ ନେତୃତ୍ୱାଧିନ ଜେଏସ୍‌ପିଏଲ୍ ଫାଉଣ୍ଡେସନ ସ୍ଥାନୀୟ ଗ୍ରାମଗୁଡିକରେ ମାସ୍କ, ସାନିଟାଇଜର, ହାଣ୍ଡୱାସ ଏବଂ ଅନ୍ୟାନ୍ୟ ସ୍ୱଚ୍ଛତା ସାମଗ୍ରୀ ପ୍ରଦାନ କରିବା ପାଇଁ ପ୍ରଚେଷ୍ଠା କରୁଛି ।

Share

Leave a Reply

Your email address will not be published. Required fields are marked *

five × five =