ଖାଁ ଖାଁ ଲାଗୁଛି ଝାରସୁଗୁଡା ବିମାନବନ୍ଦର

ଶୂନଶାନ ଲାଗୁଛି ପଶ୍ଚିମ ଓଡିଶାର ମୁଖଶାଳା। ଠପ ହୋଇପଡ଼ିଛି ଉଡେ ଦେଶ୍ କି ନାଗରିକ ବା ଉଡାନ୍ ସେବା। ପାଖାପାଖି ୨୦ଦିନ ହେବ ଝାରସୁଗୁଡା ଆକାଶରେ ବିମାନ ଉଡୁନି। ଝାରସୁଗୁଡା ବିମାନବନ୍ଦର କ୍ଷେତ୍ରରେ ଦେଖାଦେଇଛି ଏପରି ଅଚଳାବସ୍ଥା। ପରିଚାଳନାଗତ ତ୍ରୁଟି ପାଇଁ ବାରମ୍ବାର ବିମାନ ବାତିଲ କରୁଛି ଘରୋଇ ଏୟାର ଲାଇନ୍ସ ଏୟାର ଓଡ଼ିଶା। ଯଦିଓ କମ୍ପାନୀ ତରଫରୁ ଯାନ୍ତ୍ରିକ ତ୍ରୁଟି କଥା କୁହାଯାଇଛି ତେବେ ସେବାରୁ ବଞ୍ଚିତ ହେଉଥିବା ଯାତ୍ରୀ କିନ୍ତୁ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଘଟଣାକୁ ନେଇ ଝାରସୁଗୁଡା ବିଧାୟକ, ବାର ଆସୋସିଏସନ ସଭ୍ୟଙ୍କ ସହ ଅନ୍ୟ ବୁଦ୍ଧିଜୀବୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଯେଉଁଥିରେ ସେ କମର୍ସିଆଲ ଫ୍ଲାଇଟ ଉଡାଣ ସହ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ତୁରନ୍ତ ବିମାନ ବନ୍ଦରର ନାମକରଣ ପାଇଁ କହିଛନ୍ତି। ଏଥିସହ ନଭେମ୍ବର ୩୦ ସୁଦ୍ଧା ବିମାନ ଚଳାଚଳ ସ୍ଵାଭାବିକ ନହେଲେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି।
ଅନ୍ୟ ପଟେ ଖୋଦ ପ୍ରଧାନମନ୍ତ୍ରୀ ବିମାନ ବନ୍ଦରର ଉଦଘାଟନ କରିବାର ଠିକ ଦିନ କେଇଟା ପରେ ଦେଖାଦେଇଛି ଅଚଳାବସ୍ଥା। ମନଇଚ୍ଛା ବିଭିନ୍ନ ଫ୍ଲାଇଟ ବାତିଲ କରୁଥିବାରୁ ଏୟାର ଓଡ଼ିଶାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ଉଡାନ ସ୍କିମରେ ଏୟାର ଓଡ଼ିଶା ଲାଇସେନ୍ସ ପାଇଥିଲା । ଏହି କମ୍ପାନି ଝାରସୁଗୁଡା ଏୟାରପୋର୍ଟରୁ ଫ୍ଲାଇଟ ଉଡାଣ କରୁଥିଲା । କିନ୍ତୁ ବୈଷୟିକ ତ୍ରୁଟି ଦର୍ଶାଇ ଏହି କମ୍ପାନି ମନଇଚ୍ଛା ବିଭିନ୍ନ ଫ୍ଲାଇଟ ବାତିଲ କରିଚାଲିଛି । ଗତ ୭ ତାରିଖରୁ ଏୟାର ଓଡ଼ିଶାର କୌଣସି ଫ୍ଲାଇଟ୍ ଝାରସୁଗୁଡା ଏୟାରପୋର୍ଟରୁ ଉଡାଣ କରିନାହିଁ।
ବିରୋଧୀ ଏହାକୁ ସମାଲୋଚନା କରିଥିବା ବେଳେ ବିଜେପି ମଧ୍ୟ ତେରଚ୍ଛା ବାଣ ମାରିଛି। ଦୀର୍ଘ ବର୍ଷ ଧରି ଶାସନରେ ଥିଲେ ମଧ୍ୟ ଝାରସୁଗୁଡାରେ ଟାକ୍ସି ଷ୍ଟାଣ୍ଡ କରି ପାରି ନଥିବା ଦଳ ସମାଲୋଚନା କଣ କରିବେ ବୋଲି କହିଛନ୍ତି ବରିଷ୍ଠ ନେତା।
୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦ୍ଘାଟନ କରିଥିଲେ । କିନ୍ତୁ ଏବେ ବିମାନବନ୍ଦରକୁ ଯିବା ଆସିବାଲାଗି ଟିକଟ ବିକ୍ରି ହେଉନାହିଁ । ଫଳରେ ଝାରସୁଗୁଡାରୁ ବାହାରକୁ ଓ ବାହାରୁ ଝାରସୁଗୁଡାକୁ ସର୍ଭିସ୍ ବିମାନ ଚାଲୁନାହିଁ । ତିନିବର୍ଷ ତଳେ ଏକ ଘରୋଇ ସଂସ୍ଥା ମଧ୍ୟ ଝାରସୁଗୁଡା ସମେତ ରାଜ୍ୟର ଅନ୍ୟ କେତେକ ସ୍ଥାନକୁ ବିମାନସେବା ଆରମ୍ଭ କରିଥିଲା । କିନ୍ତୁ ଯାତ୍ରୀ ନହେବାରୁ ଏହି ସଂସ୍ଥା ବ୍ୟାପକ କ୍ଷତିରେ ଚାଲି ଶେଷରେ ତାହାର ବିମାନସେବା ବନ୍ଦ ରଖିବାକୁ ବାଧ୍ୟ ହୋଇଥିଲା।

Share

Leave a Reply

Your email address will not be published. Required fields are marked *

20 − eleven =