ଜାନୁଆରୀରେ ଝାରସୁଗୁଡାରୁ ଉଡିବ ବିମାନ

ଆସନ୍ତା ଜାନୁଆରୀ ସୁଧା ଝାରସୁଗୁଡା ବିମାନବନ୍ଦରରୁ ବିମାନ ଉଡାଣ ଆରମ୍ଭ ହେବ ବୋଲି କେନ୍ଦ୍ର ବେଶାମରୀକ ବିମାନ ଚଳାଚଳ ବିଭାଗ ଯୁଗ୍ମ ସଚିବ ଶ୍ରୀମତୀ ଉଷା ପାଢୀ କହିଛନ୍ତି ।
ଆଜି ରାଜ୍ୟ ସଚିବାଳୟ ଠାରେ କେନ୍ଦ୍ର ବେଶାମରୀକ ବିମାନ ଚଳାଚଳ ବିଭାଗର କର୍ମକର୍ତ୍ତା ଏବଂ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ଶ୍ରୀମତି ପାଢି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଝାରସୁଗୁଡାରୁ ବିମାନ ଚଳାଚଳ ପାଇଁ ଟେଣ୍ଡର ହୋଇସାରିଛି । ଏହି ପ୍ରକ୍ରିୟା ଶେଷ ହେବା ପରେ ଜାନୁଆରୀ ଶେଷ ସୁଧା ଏଠାରୁ ବିମାନ ଉଡିବା ଆରମ୍ଭ ହେବ ।

ଭୁବନେଶ୍ୱର ବିମାନ ବନ୍ଦର ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ ଆସନ୍ତା ଜୁଲାଇରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତଜାତୀୟ ବିମାନ ବନ୍ଦରର ସଂପ୍ରସାରଣ ଆରମ୍ଭ ହେବ ଏବଂ ଏଠାରେ ତୃତୀୟ ଟରମିନାଲ ପାଇଁ ୯୩୦ କୋଟ ବ୍ୟୟବରାଦ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

5 × 1 =