ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

ଭୁବନେଶ୍ୱର()  ଆଜି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସାରା ଦେଶରେ ପାଳନ କରାଯାଉଛି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । ପୌରାଣିକ କଥାବସ୍ତୁ ଅନୁସାରେ ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ଶ୍ରୀକୃଷ୍ଣ । ଯିଏ କି ବିଷ୍ଣୁଙ୍କ ଅବତାର । କଂସଦ୍ୱାରା ବନ୍ଦୀ ହୋଇଥିବା ଭଉଣୀ ଦେବକୀ ଓ ବାସୁଦେବଙ୍କ ଠାରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀକୃଷ୍ଣ ।

ସେପଟେ ପୁରୀ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି। କୃଷ୍ଣଜନ୍ମ ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ପରମ୍ପରା ଅନୁସାରେ ସନ୍ଧ୍ୟାଧୂପ ହେବ। ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ବେଶରେ ଆସି ଜନ୍ମ ଚକଡାରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ସମାପନ କରିବେ।

Share

Leave a Reply

Your email address will not be published. Required fields are marked *

nineteen + 19 =