ଆତ୍ମହତ୍ୟା କଲା କଏଦୀ

ଯାଜପୁର: ଜେଲରେ ବିଚାରାଧିନ କଏଦୀର ଆତ୍ମହତ୍ୟା । ଯାଜପୁର ରୋଡ ଉପ କାରାଗାର ପରିସରରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ବିଚାରାଧୀନ କଏଦୀ । ଏକ ଚୋରି ଘଟଣାରେ ଚଳିତ ମାସ ୧୩ ତାରିଖରେ ଗିରଫ ହୋଇ ବିଚାରାଧିନ କଏଦୀ ଭାବେ ରଗଡି ଉପ କାରାଗାରର କ୍ୱାରେଣ୍ଟାଇନ ହଲ୍ ରେ ଥିଲେ ଏସକେ ହନିଫ ସେକ । ଗତକାଲି ସନ୍ଧ୍ୟାରେ ଉପକାରାଗାରର କ୍ୱାରେଣ୍ଟାଇନ ହଲ ପାଇଖାନା ଭିତରେ ଥିବା ସ୍କାଏ ଲାଇଟରେ ନିଜେ ବ୍ୟବହୃତ କରୁଥିବା ଗାମୁଛା ଲଗେଇ କଏଦୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ଜାଣିବା ପରେ ତୁରନ୍ତ ତାଙ୍କୁ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଜେଲ କର୍ତ୍ତୁପକ୍ଷ କୋରେଇ ଥାନାରେ ଏତଲା ଦେଇଥିବା ବେଳେ ଏତଲା ଆଧାରରେ କୋରେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ କଏଦୀ ଜଣଙ୍କର ଘର ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ହୋଇଥିବା ଜେଲ କର୍ତ୍ତୁପକ୍ଷଙ୍କ ଠାରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

fourteen − 2 =