ବଦଳିବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା ମାର୍ଗ ନକ୍ସା

ବଦଳିବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା ମାର୍ଗ ନକ୍ସା । ୧୦୦ ମିଟର ପରିଧି ବାହାରେ ନିର୍ମାଣ କରାଯିବ ଶ୍ରୀ ଜଗନ୍ନାଥ ଅଭ୍ୟର୍ଥନା ପ୍ରକୋଷ୍ଠ । ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ମହାନିର୍ଦ୍ଦେଶିକାଙ୍କ ପରାମର୍ଶକୁ ଗ୍ରହଣ କରିଛି ମନ୍ଦିର ପ୍ରଶାସନ ।

ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଥାୟୀ ସଭାପତି ତଥା ସଂସ୍କୃତି ପରାମର୍ଶଦାତା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଶ୍ରୀମନ୍ଦିରର ସୁରକ୍ଷା ଓ ଭକ୍ତଙ୍କ ସୁବିଧା ପାଇଁ ଏହି ପ୍ରକଳ୍ପ କରାଯାଉଥିଲେ ବେଳେ ଶ୍ରଦ୍ଧାଳୁ ମାନେ କିଭଳି ଭଲ ଭାବେ ମନ୍ଦିରକୁ ଦେଖି ପାରିବେ, ତା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ବର୍ତ୍ତମାନ ଜମିର ଉପଲବ୍ଧତା ଯାଞ୍ଚ କରିବା ପରେ ପରିକ୍ରମା ପ୍ରକଳ୍ପ ପାଇଁ ଆଉଟର ଆକ୍ସେସ ରୋଡର ବିକାଶ କରାଯିବ । ବଳକା ଜମି ଅଧିଗ୍ରହଣ ପରେ ଆବଶ୍ୟକ ସମ୍ପ୍ରସାରଣ କରାଯିବ ।

ଗତ ଫେବୃୟାରୀ ୨୧ ତାରିଖରେ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ଡିଜି ଭି ବିଦ୍ୟାବତୀ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ । ଓବିସିସି ସମ୍ମିନଳୀ କକ୍ଷରେ ଅନୁଷ୍ଠିତ ବୈଠକରେ କମିଟି ସଦସ୍ୟ ଝାଞ୍ଜପିଟା ମଠ ମହନ୍ତ ବାବା ସଚ୍ଚିଦାନନ୍ଦ ଦାସ ମହାରାଜ,ପୁର୍ବତନ ମୁଖ୍ୟ ଶାସନ ସଚିବ ଡ. ସୁବାଷ ପାଣି, ଏଏସଆଇର ଅବସରପ୍ରାପ୍ତ ସୁପରିଟେଣ୍ଡେିଂ ଆର୍କିଓଲୋଜିଷ୍ଟ ଡ. ଜୀବନ କୁମାର ପଟ୍ଟାନାୟକ ଓ ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

three × one =