ଲଣ୍ଡନରେ ନିର୍ମାଣ ହେବ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର

ନୂଆଦିଲ୍ଲୀ() ସୂଦୁର ଲଣ୍ଡନରେ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର। ବିଶ୍ୱନିୟନ୍ତାଙ୍କ ମାୟାରେ ବନ୍ଧା ସମଗ୍ର ବିଶ୍ୱ। ସମଗ୍ର ବିଶ୍ୱରେ ମହାପ୍ରଭୁଙ୍କ ଭକ୍ତ ରହିଛନ୍ତି। ସମଗ୍ର ବିଶ୍ୱରେ ଛୋଟବଡ଼ ମନ୍ଦିର ପ୍ରତିଷ୍ଠା କରି ଭଗବାନଙ୍କ ପୂଜା କରିଆସୁଛନ୍ତି। ତେବେ ଏହି କ୍ରମରେ ଲଣ୍ଡନରେ ମଧ୍ୟ ଏକ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ତେବେ ଆସନ୍ତା ୨୦୨୪ ସୁଦ୍ଧା ଏହି ମନ୍ଦିର ପ୍ରତିଷ୍ଠା କରାଯିବ ବୋଲି ସୂଚନା ରହିଛି।

ମିଳିଥିବା ସୂଚନା ମୁତାବକ ଲଣ୍ଡନରେ ଥିବା ଓଡ଼ିଶା ସୋସାଇଟି ଅଫ ୟୁନାଇଟେଡ଼ କିଙ୍ଗଡମର ୪୧ତମ ବାର୍ଷିକ ସମ୍ମିଳନୀରେ ବ୍ରିଟେନରେ ଥିବା ଓଡିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ୟୁକେ ବାବଦରେ ଘୋଷଣା କରାଯାଇଥିଲା । ମନ୍ଦିର ନିର୍ମାଣର ଲକ୍ଷ୍ୟ, ପରିଯୋଜନା ବାବଦରେ ଆଲୋଚନା କରାଯାଇଥିଲା । ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ୟୁକେ ଉଦ୍ୟମରେ ୨୦୨୪ ସୁଦ୍ଧା ଏହି ମନ୍ଦିର ନିର୍ମାଣ କରାଯିବ ବୋଲି ଘୋଷଣା କରାଯାଇଛି ।

ଏହି ମନ୍ଦିର ନିର୍ମାଣରେ ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯିବ। ଲଣ୍ଡନ ଖୁବ ଶୀଘ୍ର ୟୁରୋପର ‘ଜଗନ୍ନାଥ ଧାମ’ ଭାବରେ ପରିଚିତ ହେବାକୁ ଯାଉଛି ବୋଲି ମଧ୍ୟ କୁହାଯାଇଛି। ବ୍ରିଟେନରେ ପୂର୍ବରୁ ହିନ୍ଦୁ ଦେବତାଙ୍କ ମନ୍ଦିର ଥିବାବେଳେ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଏକ ଉତ୍ସର୍ଗୀକୃତ ମନ୍ଦିର ନଥିବାରୁ ଏହାକୁ ନିର୍ମାଣ ପାଇଁ ପ୍ରବାସୀ ଓଡିଆମାନେ ଅଣ୍ଟା ଭିଡିଛନ୍ତି ।

ଗ୍ରେଟର ଲଣ୍ଡନ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଏହି ମନ୍ଦିର ପାଇଁ ବ୍ରିଟେନରେ ଥିବା ଓଡିଆ ଏବଂ ସମଗ୍ର ବିଶ୍ୱରେ ଥିବା ଜଗନ୍ନାଥ ଭକ୍ତ, କର୍ପୋରେଟ୍ ସଂସ୍ଥା, ବ୍ରିଟେନ ଏବଂ ଭାରତର ସରକାରୀ ସଂଗଠନଗୁଡ଼ିକଠାରୁ ସହାୟତା ମାଧ୍ୟମରେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପାଣ୍ଠି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି।

Share

Leave a Reply

Your email address will not be published. Required fields are marked *

11 − 11 =