ଜଗବନ୍ଧୁ ପଣ୍ଡାଙ୍କୁ ୫ବର୍ଷ ଜେଲ

ଭୁବନେଶ୍ବର (): ଅର୍ଥତତ୍ତ୍ବ (ଏଟି) ଚିଟ୍‍ଫଣ୍ଡ ମାମଲାରେ ନିର୍ଦେଶକ ଜଗବନ୍ଧୁ ପଣ୍ଡାଙ୍କୁ ସ୍ଥାନୀୟ ସ୍ବତନ୍ତ୍ର ସିଜେଏମ୍‍ (ସିବିଆଇ) ପ୍ରଶାନ୍ତ କୁମାର ମିଶ୍ର ୫ ବର୍ଷ ଜେଲ୍‍ଦଣ୍ଡ ଦେବା ସହିତ ୧୦,୦୦୦ ଟଙ୍କା ଜୋରିମାନା କରିଛନ୍ତି ।  ଜଗବନ୍ଧୁ ପଣ୍ଡା ଗତ ୨୫ ତାରିଖରେ ସିବିଆଇ କୋର୍ଟରେ ହାଜର ହୋଇ ତାଙ୍କ ଦୋଷ ସ୍ବୀକାର କରିଥିଲେ । ଜଗବନ୍ଧୁଙ୍କୁ ଆଇପିସିର ଧାରା ୪୦୬ରେ ୫ ବର୍ଷ ଜେଲ୍‍ଦଣ୍ଡ ସହିତ ୫,୦୦୦ ଟଙ୍କା ଜୋରିମାନା କରାଯାଇଥିବା ବେଳେ, ଧାରା ୪୦୯ରେ ୩ ବର୍ଷ ଓ ୫,୦୦୦ ଟଙ୍କା ଜୋରିମାନା କରାଯାଇଛି । ସେହିପରି ଧାରା ୧୨୦(ଖ)ରେ ୨ ବର୍ଷ ଏବଂ ଧାରା ୪୨୦ରେ ୧ ବର୍ଷ ଲେଖାଏଁ ଜେଲ୍‍ଦଣ୍ଡ ଦିଆଯାଇଛି । ଗତ ମେ ମାସ୫ ତାରିଖରେ ଜଗବନ୍ଧୁ ଜେଲ୍‍ ଅଧୀକ୍ଷକଙ୍କ ମାଧ୍ୟମରେ ତାଙ୍କ ଦୋଷ ସ୍ବୀକାରୋକ୍ତିନାମା କୋର୍ଟରେ ଦଖଲ କରିଥିଲେ । ତେବେ ଜଗବନ୍ଧୁ ଅନ୍ୟଏକ ଚିଟଫଣ୍ଡ କମ୍ପାନୀ ସ୍ବସ୍ତିକ ଇଣ୍ଡିଆର ମଧ୍ୟ ନିର୍ଦ୍ଦେଶକ ଥିଲେ ।

ଉକ୍ତ ମାମଲାରେ ମଧ୍ୟ କୋର୍ଟ ଜଗବନ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ବର୍ଷ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଜଗବନ୍ଧୁଙ୍କୁ ଖାରବେଳନଗର ଥାନା ପୁଲିସ ୨୦୧୩ ମସିହାରେ ଗିରଫ କରିଥିଲା । ସେବେଠାରୁ ସେ ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ବିଚାରଧୀନ କଏଦୀ ଭାବେ ରହି ଆସୁଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − three =