ରାଜଧାନୀରେ ଖୋଲିଲା ଆଇନକ୍ସ ସିନେମା ହଲ

ଭୁବନେଶ୍ୱର: ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର। ଭୁଭନେଶ୍ବରରେ ପୁଣି ଖୋଲିଲା ଆଇନକ୍ସ ସିନେମା ହଲ୍ । ବୁଧବାରଠୁ ବିଏମସି ଭବାନୀ ମଲ୍ରେ ଥିବା ଆଇନକ୍ସ ମଲ୍ଟିପ୍ଲେକ୍ସ ଦର୍ଶକଙ୍କ ପାଇଁ ଖୋଲିଥିବା ବେଳେ ଗୁରୁବାରଠୁ ଡିଏନ ରେଗାଲିଆରେ ଥିବା ଓଘଙଢ ସିନେମା ହଲ୍ ଖୋଲିବ। ଓଡ଼ିଶା ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଗାଇଡ୍ଲାଇନ୍ ସହ ହଲ୍ ଖୋଲିବାକୁ ଥିବା ବେଳେ ମଲ୍ଟିପ୍ଳେକ୍ସ ପକ୍ଷରୁ ଲୋକମାନଙ୍କୁ ବିଶେଷ ସୁବିଧା ଦିଆଯିବ ବୋଲି ଜଣାପଡ଼ିଛି। ସିନେମା ହଲ୍ର କର୍ମଚାରୀଙ୍କ ଟିକାକରଣ ହୋଇଥିବା ବେଳେ ସିନେମା ଦେଖିବାକୁ ଆସୁଥିବା ବୟସ୍କ ଦର୍ଶକଙ୍କ ଟିକାକରଣ ପ୍ରମାଣପତ୍ର ଦେଖାଯିବ ବୋଲି ହଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ହଲ୍ ଭିତରେ ସମସ୍ତ ପ୍ରକାର କୋଭିଡ ନିୟମ, ମାସ୍କ, ସାମାଜିକ ଦୂରତା ଆଦି ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। ଦର୍ଶକ କେବଳ ଇ-ଟିକେଟ୍ ନେଇ ସିନେମା ଦେଖିପାରିବେ । ଦର୍ଶକ ଯିବା ଏବଂ ଆସିବା ପରେ ଗେଟ୍ଠୁ ଲବି, ଅଡିଟରିୟମ ସମସ୍ତ ସ୍ଥାନ ସାନିଟାଇଜ୍ କରାଯାଉଛି।
ଏଥର ହଲ୍ ପକ୍ଷରୁ ଛୋଟ ଗ୍ରୁପ୍ ଏବଂ ପରିବାର ପାଇଁ ବିଶେଷ ବ୍ୟବସ୍ଥା ହୋଇଛି। ଗୋଟିଏ ପରିବାର ଚାହିଁଲେ ମଧ୍ୟ ସେମାନଙ୍କ ମନପସନ୍ଦରେ ଫିଲ୍ମ ଦେଖିପାରିବେ। ଦର୍ଶକଙ୍କୁ ଅନଲାଇନ୍ରେ ଖାଦ୍ୟ ମିଳିପାରିବ। ଏପରିକି ସିନେମା ହଲ୍ରେ ବିଶେଷ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

twenty − nineteen =