ଦେଶର ଦ୍ବିତୀୟ ହୋମିଓପାଥିକ୍ ମିନି ଫାର୍ମାସୀ ଉଦଘାଟିତ

ଭୁବନେଶ୍ବର () ଡାଃ ଅଭିନ୍ନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଆଜି ଏକ ମିନି ଫାର୍ମାସୀ ଉଦଘାଟନ କରିବା ସହିତ ରାଜ୍ୟ ଔଷଧ ପରୀକ୍ଷଣ ପ୍ରୟୋଗଶାଳାର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ୩କୋଟି ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରତିଷ୍ଠା ହୋଇଥିବା ଏବି ମିନି ଫାର୍ମାସୀ ସରକାରୀ ସ୍ତରରେ ଦେଶର ୨ୟ ହୋମିଓପାଥି ଫାର୍ମାସୀ । ହୋମିଓପାଥିକ୍ ଔଷଧ ପ୍ରସ୍ତୁତି କ୍ଷେତ୍ରରେ ଏହା ରାଜ୍ୟର ପ୍ରଥମ ସରକାରୀ ଉଦ୍ୟୋଗ । ପ୍ରାୟ ୨୦୦ଟି ଔଷଧ ପ୍ରସ୍ତୁତି ନିମନ୍ତେ ଏହା ମନ୍ୟତାପ୍ରାପ୍ତ । ବର୍ତମାନ ଉପଲବ୍ଧ ଥିବା ବ୍ୟବସ୍ଥା ମଧ୍ୟରେ ଏହି ଅନୁଷ୍ଠାନ ରାଜ୍ୟର ପ୍ରାୟ ୫୫୦ ସରକାରୀ ହୋମିଓପାଥିକ ଚିକିତ୍ସାଳୟ ଓ ୪ ଟି ହସପିଟାଲକୁ ଔଷଧ ଯୋଗାଇ ଆସୁଛି । ଏହାର ଦକ୍ଷତା ବୃଦ୍ଧିକରାଯାଇ ଆମ ରାଜ୍ୟର ଆବଶ୍ୟକତା ପୂରଣ କରିବା ସହିତ ଅନ୍ୟ ରାଜ୍ୟକୁ ମଧ୍ୟ ଔଷଧ ଯୋଗାଇ ଦେଇ ପାରିବ ।

ସେହିପରି ଏକ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବାକୁ ଯାଉଥିବା ଔଷଧ ପ୍ରୟୋଗଶାଳା ଦେଶର ୨ୟ ଏବଂ ରାଜ୍ୟମାନଙ୍କ ମଧ୍ୟର ପ୍ରଥମ ପ୍ରୟୋଗଶାଳା । ଏହି ପ୍ରୟୋଗଶାଳା କାର୍ଯ୍ୟକ୍ଷମ ହେଲେ ଆମ ରାଜ୍ୟ ସହିତ ଅନ୍ୟ ରାଜ୍ୟର ପ୍ରସ୍ତୁତ ହେଉଥିବା ହୋମିଓପାଥି ଔଷଧର ମାନ ଓ ଗୁଣବତା ଏଠାରେ ପରୀକ୍ଷା କରାଯାଇପାରିବ । ରାଜ୍ୟର ଆୟୁଷ୍ ଶିକ୍ଷା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ୍ଣ । ଆମରାଜ୍ୟରେ ଆୟୁଷ ଚିକିତ୍ସା ବ୍ୟବସ୍ଥାର ବିକାଶ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

17 − 11 =