ପୁଣି ପ୍ରେମ ନେଲା ଜୀବନ : ରକ୍ତରେ ଲେଖାଯାଇଛି ‘ମଧୁ’

ଜଗତସିଂପୁର () ନିହାରିକାର ବିଭତ୍ସ ହତ୍ୟାକାଣ୍ଡ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଏବେ ଜଗତସିଂହପୁରରେ ଜଣେ ବିବାହିତ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଜବତ ଘଟଣା ରହସ୍ୟ ଘେରରେ । ଜଗତସିଂହପୁର ବାଲିକୁଦା ଗାଁ ପ୍ରାଥମିକ ବିଦ୍ୟାଳୟ ଛାତ ଉପରୁ ମିଳିଥିବା ଅର୍ଦ୍ଧଦଗ୍ଧ ଯୁବକଙ୍କ ମୃତ୍ୟୁ ପଛରେ ମଧ୍ୟ ପ୍ରେମ ସନ୍ଦେହ କରାଯାଉଛି । ମୃତକ ନୟାଗଡ଼ ଚାନ୍ଦପୁର କୋକାକାଇ ଗାଁର କୃଷ୍ଣଚନ୍ଦ୍ର ଚମ୍ପତିରାୟ । ପରକୀୟା ପ୍ରୀତି ପାଇଁ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି, ସେପଟେ ପାରିପାର୍ଶ୍ବିକ ସ୍ଥିତି ଏୟା ମଧ୍ୟ କହୁଛି ହୁଏତ କୃଷ୍ଣଚନ୍ଦ୍ର ପ୍ରେମ ପାଇଁ ଆତ୍ମହତ୍ୟା କରିଥାଇପାରନ୍ତି କିମ୍ବା ତାଙ୍କର ହତ୍ୟା ହୋଇଥାଇପାରେ। କାରଣ କୃଷ୍ଣଚନ୍ଦ୍ରଙ୍କର ମୃତ ଦେହ ମିଳିଥିବା ସ୍ଥାନରେ ରକ୍ତରେ ମଧୁ ବୋଲି ଲେଖା ଯାଇିଛି ।  ତେବେ ଏବେ ମଧୁ କିଏ ଏବଂ କୃଷ୍ଣଚନ୍ଦ୍ରଙ୍କ ସହ ତାଙ୍କର କି ସମ୍ପର୍କ ଥିଲା ।

କିଏ ତାଙ୍କୁ ଡାକି ହତ୍ୟା କରିଥିବା କୃଷ୍ଣଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । କୃଷ୍ଣଚନ୍ଦ୍ର ଗତ କିଛି ଦିନ ହେବ ମଧୁ ନାମକ ଜଣେ ମହିଳାଙ୍କ ସହିତ ବାରମ୍ବାର ମୋବାଇଲରେ କଥା ହେଉଥିଲେ । ଏହାକୁ ନେଇ ଉଭୟ  ସ୍ବାମୀ ସ୍ତ୍ରୀଙ୍କ ଭିତରେ ଝଗଡା ହୋଇଥିଲା । ଶେଷରେ ହାଇଦ୍ରାବାଦରେ କାମ କରୁଥିବା କୃଷ୍ଣ ଆଠ ଦିନ ହେବ ବାପାଙ୍କ ଶ୍ରାଦ୍ଧ ପାଇଁ ଗାଁକୁ ଆସିଥିବା ବେଳେ ଦୁଇ ଦିନ ହେବ ଘରୁ ବାହାରି ଆସିଥିଲେ । ତେଣୁ ମଧୁ ହିଁ ତାଙ୍କୁ ହତ୍ୟା କରିଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty + 19 =