ଭେଣ୍ଟିଲେଟରରୁ ଆଇସିୟୁ ଆସିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

ଭୁବନେଶ୍ୱର: ଭେଣ୍ଟିଲେଟରରୁ ବାହାରିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଭେଣ୍ଟିଲେଟରରୁ ବାହାରି ଏବେ ଆଇସିୟୁରେ ଅଛନ୍ତି ପ୍ରଦୀପ୍ତ । ଦିନେ କିମ୍ବା ଦୁଇଦିନ ମଧ୍ୟରେ ତାଙ୍କୁ ଆଇସିୟୁ ୱାର୍ଡକୁ ସ୍ଥାନାନ୍ତାର କରାଯିବ । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକତ୍ସିତ ହେଉଥିଲେ ପ୍ରଦୀପ୍ତ । ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଥିବା ସୂଚନା ଦେଇଛନ୍ତି ଡାକ୍ତର ।

ସୂଚନା ଥାଉକି, ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ହେଉଛନ୍ତି ପ୍ରଦୀପ୍ତ ନାଏକ । ବିଜେପି ଦଳର ଜଣେ ଟାଣୁଆ ନେତା ଭାବେ ସେ ବେଶ ପରିଚିତ । ରାଜ୍ୟ ରାଜନୀତିରେ ମଧ୍ୟ ତାଙ୍କର ଦବଦବା ରହିଛି । ତେବେ ସେ କିଛିଦିନ ହେବ କରୋନାରେ ଆକ୍ରାନ୍ତ ଥିଲେ । ଗୁରୁତର ଅବସ୍ଥ୍‌ାରେ ଭୁବନେଶ୍ୱର ଏମ୍ସରେ ଚିକତ୍ସିତ ହେଉଥିଲେ । ଭେଣ୍ଟିଲେଟରରେ ଥିବା ବେଳେ ଆଜି ତାଙ୍କୁ ଆଇସିୟୂକୁ ଅଣାଯାଇଛି ।

Share

Leave a Reply

Your email address will not be published. Required fields are marked *

three × 5 =