ଆରକେ ଶର୍ମା ହେଲେ କୃଷି ଉତ୍ପାଦନ କମିଶନର

ଭୁବନେଶ୍ୱର() ରାଜ୍ୟ ସରକାର ଉଚ୍ଚ ପଦସ୍ଥ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ଆରକେ ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ସଚିବ ଅନୁ ଗର୍ଗଙ୍କୁ ଜଳ ସମ୍ପଦ ବିଭାଗ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେ ତାଙ୍କର ଏହି ନୂତନ ନିଯୁକ୍ତି ସହିତ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟୀତ୍ୱରେ ରହିବେ । ଜଳ ସମ୍ପଦ ବିଭାଗ ସଚିବ ଥିବା ସୁରେନ୍ଦ୍ର କୁମାର ଖଣି ଓ ଇସ୍ପାତ ବିଭାଗର ସଚିବ ଭାବେ ବଦଳି ହୋଇଛନ୍ତି । ଏମଏସଏମଇ ସଚିବ ଥିବା ସତ୍ୟବ୍ରତ ସାହୁଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ଅତିରିକ୍ତ ଦାୟୀତ୍ୱ ଦିଆଯାଇଛି । ଚିତ୍ରା ଅନୁମୁଗମଙ୍କୁ ଶ୍ରମ ଓ ଇଏସଆଇ ବିଭାଗର ସଚିବ ରୂପେ ଅବସ୍ଥାପିତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

13 − 8 =