ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଭାବେ ସଡକ ପରିବହନ ନିଗମର ସିଏମଡି ଦାୟିତ୍ବ

ଭୁବନେଶ୍ୱର()  ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୭ ଜଣ ବରିଷ୍ଠ ଓ କନିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି।

ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଆଇଏସ୍ ପ୍ରମୋଦ ମେହେର୍ଦ୍ଦାଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ସଚିବ ଦାୟିତ୍ବ ମିଳିଛି । ଏଥିସହ ମେହେର୍ଦ୍ଦାଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଭାବେ ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମର ସିଏମଡି ଦାୟିତ୍ବ ମିଳିଛି। ଆଇଏସ୍ ୟେଦୁଲା ବିଜୟଙ୍କୁ ଯୋଜନା ଓ ସମନ୍ବୟ ବିଭାଗର ଉପ-ସଚିବ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଆଇଏସ୍ ବିଦ୍ୟ ଜ୍ୟୋତି ପରିଡ଼ାଙ୍କୁ ରାଉରକେଲା ମୁନିସିପାଲ୍ କର୍ପୋରେସନର କମିସନର ଭାବେ ନିଯୁକ୍ତି ଦିଆଯାଇଛି। ପରିଡ଼ାଙ୍କୁ ଅତିରିକ୍ତ ଭାବେ ରାଉରକେଲା ସ୍ମାର୍ଟ ସିଟି କର୍ପୋରେସନର ସିଇଓ ଦାୟିତ୍ବ ମିଳିଛି ।

Share

Leave a Reply

Your email address will not be published. Required fields are marked *

6 + eighteen =