ହାଇଦ୍ରାବାଦରେ ଉଚିତ ପଦକ୍ଷେପ ନିଆଯାଇଛି: ଆଇନ ମନ୍ତ୍ରୀ

ଭୁବନେଶ୍ୱର() ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାରେ ୪ ଦୁଷ୍କର୍ମୀଙ୍କୁ ତେଲେଙ୍ଗାନା ପୋଲିସ ଏନକାଉଣ୍ଟର ଘଟଣାରେ ପ୍ରତିକି୍ରୟା ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ।

ମନ୍ତ୍ରୀ କହିଛନ୍ତି, ସେମାନେ ବହୁତ ବଡ ଦୋଷୀ, କଠୋର ଦଣ୍ଡ ଦରକାର ଥିଲା । ଏନେଇ ମାନବାଧିକାର କ’ଶ କହିଛନ୍ତି ମୁଁ ଜାଣିନି । କିନ୍ତୁ ଏଭଳି ଅପରାଧ ପ୍ରତି ଅନ୍ୟ ଦେଶରେ କଠୋର ଦଣ୍ଡ ରହିଛି । କେଉଁଠି ଗୁଳି କରଦିଆ ଯାଉଛି ତ କେଉଁଠି ମୁଣ୍ଡ କାଟ ଭଳି ଦଣ୍ଡ ଦିଆଯାଉଛି । ଆମ ଦେଶରେ ମଧ୍ୟ କଠୋର ଦଣ୍ଡ ରହିବା ଉଚିତ । କେବଳ କୋର୍ଟ ଉପରେ ନିର୍ଭର କରି ଦିନ କାଟିବା ଅପେକ୍ଷା ସେମାନଙ୍କୁ ଏକ କଠୋର ଦଣ୍ଡ ମିଳିବା ଦରକାର ଥିଲା । ‘ ମୁଁ ଭାବୁଛି ହାଇଦ୍ରାବାଦରେ ଯାହା ହୋଇଛି ଉଚିତ ହୋଇଛି ଏବଂ ଉଚିତ ପଦକ୍ଷେପ ନିଆଯାଇଛି ।

Share

Leave a Reply

Your email address will not be published. Required fields are marked *

seven + one =